Below header

ଉର୍ବଶୀଙ୍କ ଶରୀରକୁ ଏମିତି ଛୁଇଁଲେ ବୋନି କପୁର ଯେ, ବ୍ଲାଷ୍ଟ ହେଉଛି ସୋସିଆଲ୍ ମିଡିଆ

ଧୀରେ ଧୀରେ ପତ୍ନୀ ଶ୍ରୀଦେବୀଙ୍କ ମୃତ୍ୟୁର ଦୁଃଖକୁ ଭୁଲୁଛନ୍ତି ବୋନି କପୁର । ଏବେ କିଛି କିଛି ପାର୍ଟି ଏବଂ ଇଭେଣ୍ଟକୁ ଯିବା ଆରମ୍ଭ କଲେଣି । ନିକଟରେ ମୁମ୍ବାଇର ଏକ ଆୱାର୍ଡ ଫଙ୍କସନରେ ବୋନି କପୁରଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ଉର୍ବଶୀ ରୌତେଲା ମଧ୍ୟ ନଜର ଆସିଥିଲେ । ବୋନି କପୁରଙ୍କ ସହ ଫଟୋ ଉଠାଇବା ପାଇଁ ପୋଜ ଦେଲେ ଉର୍ବଶୀ, ହେଲେ ସୋସିଆଲ୍ ମିଡିଆରେ ଯେମିତି ଏହା ବ୍ଲାଷ୍ଟ ହେଉଛି ।

ଏହି ଆୱାର୍ଡ ଫଙ୍କସନର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି, ଉର୍ବଶୀ ମିଡିଆକୁ ପୋଜ୍ ଦେଉଛନ୍ତି । ଏହା ପରେ ବୋନିଙ୍କୁ ଦେଖିବା ପରେ ତାଙ୍କୁ ଭେଟକରିବାକୁ ଚାଲିଯାଉଛନ୍ତି । ଯେଉଁଠି ଉଭୟ ଫଟୋ ପାଇଁ ମିଡିଆକୁ ପୋଜ୍ ଦେଉଛନ୍ତି । ହେଲେ ଏହି ସମୟରେ ଉର୍ବଶୀଙ୍କ ଅଣ୍ଟାରେ ହାତ ମାରୁଛନ୍ତି ଆଉ ବାଏ କହି ଚାଲିଯାଉଛନ୍ତି ।

ଏବେ ଏହି ଭିଡିଓକୁ ଦେଖିବା ପରେ ୟୁଜର୍ସ ବୋନି କପୁରଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, କଣ ବୋନି ସତରେ ଉର୍ବଶୀଙ୍କ ପଛରେ ହାତ ମାରୁଛନ୍ତି ନା’ ମୁଁ ଭୁଲ୍ ଦେଖୁଛି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏହା ସହିହେବା ପରି ନୁହେଁ ତେଣିକି ଏହା ଭୁଲରେ ହେଉ ବା ଜାଣିଶୁଣି ହେଉ ।

ଦେଖନ୍ତୁ ଏହି ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.