୧୮୩ କୋଟି ଟଙ୍କାରେ ବିକ୍ରି ହେଲା ବି.ଆର ଚୋପ୍ରାଙ୍କ ଚର୍ଚ୍ଚିତ ବଙ୍ଗଳା, ଜାଣନ୍ତୁ କିଏ କିଣିଲା

ଲୋକପ୍ରିୟ ପ୍ରଯୋଜକ ତଥା ନିର୍ଦ୍ଦେଶକ ଦିବଗଂତ ବି.ଆର ଚୋପ୍ରା ଅନେକ ଦିନ ଧରି ରୋଗରେ ପଡି ତେବେ ୨୦୦୮ରେ ପ୍ରାଣତ୍ୟାଗ କରିଥିଲେ । ବି.ଆର ଚୋପ୍ରା କ୍ଲାସିକ ଫିଲ୍ମ ତିଆରି କରିବା ପାଇଁ ବେଶ୍ ଜଣାଶୁଣା। ଆଜି ବି ଲୋକେ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ ଫିଲ୍ମ ସାମାଜିକପ୍ରସଙ୍ଗକୁ ନେଇ ହୋଇଥାଏ।
ବି.ଆର ଚୋପ୍ରା ଅନେକ ସମ୍ପତ୍ତି ଛାଡିଯାଇଛନ୍ତି। ଯାହା ମଧ୍ୟରୁ ନିକଟରେ ୧୮୩ କୋଟି ଟଙ୍କାର ଘରକୁ ବିକ୍ରି କରାଯାଇଛି।
ଖବର ମୁତାବକ, ବି.ଆର ଚୋପ୍ରାଙ୍କ ମୁମ୍ବାଇ ଜୁହୁ ସ୍ଥିତ ପୈତୃକ ବଙ୍ଗଳା ୧୮୩ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହି ବଙ୍ଗଳାର ୨୫,୦୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ। ଆଉ ଏହାକୁ ରହେଜା କର୍ପୋରେସନ କିଣିଛି। ରହେଜା କମ୍ପାନୀ ଏହି ଘର ପାଇଁ ଏବେ ୧୧ କୋଟି ଟଙ୍କା ଦେଇଛି। ରହେଜା କର୍ପୋରେସନ ଏହି ଘର ଫିଲ୍ମ ନିର୍ମାତା ରବି ଚୋପ୍ରାଙ୍କ ପତ୍ନୀ ରେଣୁ ଚୋପ୍ରାଙ୍କ ଠାରୁ କିଣିଛି।

ବି.ଆର ଚୋପ୍ରାଙ୍କ କ୍ୟାରିଅର ଜଣେ ସିନେ ସାମ୍ବାଦିକ ଭାବେ ହୋଇଥିଲା। ସେ ସିନେ ହେରାଲ୍ଡ ଜର୍ନଲ ଖବରକାଗଜ ପାଇଁ ସମୀକ୍ଷା ଲେଖି ନିଜର କ୍ୟାରିଅର ଆରମ୍ଭ କରିଥିଲେ। ତା’ ପରେ ଫିଲ୍ମ ଜଗତରେ ପାଦ ରଖିଥିଲେ। ଧୀରେ ଧୀରେ ଜଣେ ପ୍ରସିଦ୍ଧ ନିର୍ମାତା ଏବଂ ନିର୍ଦ୍ଦେଶକ ହୋଇଥିଲେ। ବି.ଆର ଚୋପ୍ରାଙ୍କ ଜନ୍ମ ୨୨ ଏପ୍ରିଲ ୧୯୧୪ରେ ପଞ୍ଜାବରେ ହୋଇଥିଲା। ପଞ୍ଜାବର ବିଭାଜନ ପରେ ବି.ଆର ଚୋପ୍ରା ଦିଲ୍ଲୀ ଚାଲିଯାଇଥିଲେ। କିନ୍ତୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ମୁମ୍ବାଇରେ ଯାଇ ରହିଥିଲେ ବି.ଆର ଚୋପ୍ରା।
ବି.ଆର ଚୋପ୍ରା ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି। ‘ଧୁଲ କା ଫୁଲ, ବକ୍ତ, ନୟା ଦୌର, କାନୁନ, ହମରାଜ, ଇନସାଫ କା ତରାଜୁ, ନିକାହ’ ଭଳି ଫିଲ୍ମ କରିଛନ୍ତି। ୧୯୯୮ରେ ଆସିଥିବା ଫିଲ୍ମ ମହାଭାରତ ଦ୍ୱାରା ନିର୍ମାଣ କରିଥିଲେ।