CAAର ଟ୍ରୋଲିଙ୍ଗରେ ବିରକ୍ତ ହୋଇ ଶେଷରେ ଜାଭେଦ ଜାଫରି ଛାଡିଲେ ସୋସିଆଲ ମିଡ଼ିଆ, ଟ୍ୱିଟ କରି କହିଲେ ଏପରି

ନାଗରିକ ସଂଶୋଧନ କାନୁନ(CAA) ଏବଂ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର(NRC)କୁ ନେଇ ସାରାଦେଶରେ ହିଂସା ବଢ଼ିବାରେ ଲାଗିଛି । ଏହା ବିରୋଧରେ ଦେଶର ଅନେକ ରାଜ୍ୟରେ ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି । ସରକାର ମଧ୍ୟ ଲଗାତାର ନିଜର ପକ୍ଷ ରଖିବା ସହ ଏଭଳି ଗୁଜବ ଉପରେ ଧ୍ୟାନ ନଦେବା ପାଇଁ କହୁଛନ୍ତି । ତେବେ ବିରୋଧୀ ମାନଙ୍କର ନିଜର ଯୁକ୍ତି ରହିଛି । ହିଂସା ପ୍ରଦର୍ଶନ ସମୟରେ ଅନେକ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ଯାଇସାରିଛି । ରାସ୍ତାକଡରୁ ନେଇ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ CAA ଏବଂ NRCପାଇଁ ସମର୍ଥନ ଓ ବିରୋଧ ଲାଗିରହିଛି । ସାଧାରଣ ଲୋକଙ୍କଠୁ ନେଇ ସ୍ପେସିଆଲ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଟ୍ରୋଲିଙ୍ଗର ଶିକାର ହେଉଛନ୍ତି । ତେବେ ଏହି ସବୁ ମଧ୍ୟରେ ଅଭିନେତା ଜାଭେଦ ଜାଫରି ସୋସିଆଲ ମିଡ଼ିଆକୁ ବିଦାୟ ଦେଇଛନ୍ତି ବୋଲି ସୂଚନା ମିଳିଛି ।

ବଲିଉଡର ପ୍ରସିଦ୍ଧ ଅଭିନେତା, କମେଡିୟାନ ଏବଂ ଡ୍ୟାନ୍ସର ଜାଭେଦ ଜାଫରି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହିଥାନ୍ତି । ସେ ସେହି ସେଲିବ୍ରିଟି ମାନଙ୍କ ମଧ୍ୟରେ ଜଣେ ଯିଏ CAA ଓ NRCର ବିରୋଧକୁ ସମର୍ଥନ କରୁଛନ୍ତି । ଅନ୍ୟ ସେଲିବ୍ରିଟି ମାନଙ୍କ ପରି ଅଭିନେତା ଜାଭେଦ ଜାଫରିଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ ଖୁବ ଟ୍ରଲ କରାଯାଉଛି । ଏପରିସ୍ଥଳେ ସେ ନିଜେ ଟ୍ୱିଟର ମାଧ୍ୟମରେ ଘୋଷଣା କରିଛନ୍ତି ଯେ କିଛି ସମୟ ପାଇଁ ସେ ସୋସିଆଲ ମିଡ଼ିଆରୁ ବିଦାୟ ନେଉଛନ୍ତି ।

CAA Protest: Jaaved Jaaferi Quits Twitter and Other Social Media Platforms Says Can Not Handle Trolling and Hate

ଜାଭେଦ ଜାଫରି ନିଜ ଟ୍ୱିଟରେ ଲେଖିଛନ୍ତି “ଏହି ଟ୍ରୋଲିଙ୍ଗ ଓ ହିଂସାକୁ ମୁଁ ଆଉ ସହ୍ୟ କରିପାରିବି ନାହିଁ । ତେଣୁ ଯେପର୍ଯ୍ୟନ୍ତ ପରିସ୍ଥିତି ଠିକ ନହୋଇଛି ସେପର୍ଯ୍ୟନ୍ତ ମୁଁ ସୋସିଆଲ ମିଡ଼ିଆରୁ ବିଦାୟ ନେଉଛି..hopefully..Inshallaah..#indiafirst #jaihind” । ସୂଚନା ଅନୁଯାୟୀ ଜାଭେଦ ଜାଫରି ବିରୋଧ ପ୍ରଦର୍ଶନର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହା ବ୍ୟତୀତ ଜାଭେଦ ଜାଫରିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା ଯେଉଁଥିରେ ସେ ସରକାରଙ୍କ ବିରୋଧରେ ସ୍ପିଚ ଦେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.