ନାବାଳିକାକୁ ଅସଦାଚରଣ କରି ଫସିଲେ ବଲିଉଡର ଏହି ଚର୍ଚ୍ଚିତ କଳାକାର, ମୁମ୍ବାଇ ପୋଲିସ ଦ୍ୱାରା ମାମଲା ରୁଜୁ
ଚର୍ଚ୍ଚିତ ଟିଭି ଏବଂ ଫିଲ୍ମ କଳାକାର ଶାହବାଜ୍ ଖାନଙ୍କ ବିରୁଦ୍ଧରେ ମୁମ୍ବାଇ ପୋଲିସ୍ ଅସଦାରଣ ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ରୁଜୁ କରାଯାଇଛି। ଏଏନଆଇ ଟ୍ଵିଟ ଅନୁଯାୟୀ ଓଶିବାରା ପୋଲିସ୍ ଷ୍ଟେସନରେ ଆଇପିସିର ଧାରା ୩୫୪ ଏବଂ ୫୦୯ ରେ କେସ୍ ରୁଜୁ କରାଯାଇଛି ।
ହିନ୍ଦୀ ସିନେମା ତଥା ବଲିଉଡରେ ଖଳନାୟକ ଭୂମିକାରେ ନଜର ଆସୁଥିବା ଶାହବାଜ୍ ରାଜୁ ଚାଚା,ଚଲ୍ ମେରେ ଭାଇ , ବାଦଲ୍ , ଜୟ ହିନ୍ଦ୍ ଏବଂ ମେହେନ୍ଦୀ ଭଳି ଫିଲ୍ମରେ ନଜର ଆସିଛନ୍ତି । ସେହିଭଳି ଯଦି ଛୋଟ ପରଦା ବିଷୟରେ କହିବା ତେବେସିଆଇଡି , ନିୟତ୍ , ଯୁଗ , ଆମ୍ରପଲ୍ଳୀ ଏବଂ ରାବଣ ଭଳି ଶୋ’ ରେ ତାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଖବର ଅନୁଯାୟୀ ପୋଲିସ ଏହି ମାମଲାର ଯାଞ୍ଚ କରୁଛନ୍ତି ଏବଂ । ଏ ପର୍ଯ୍ୟନ୍ତ ପୋଲିସ୍ ଶାହବାଜଙ୍କୁ ଗିରଫ କରି ଅଦାଲକତକୁ ନେଇନାହିଁ ।
Mumbai: Case of molestation filed against actor Shahbaz Khan at Oshiwara Police Station. FIR registered under IPC sec 354 (Assault or criminal force to woman with intent to outrage her modesty) & 509 (Word, gesture or act intended to insult modesty of a woman). Investigation on.
— ANI (@ANI) February 12, 2020