ଇଣ୍ଟରନ୍ୟାସନାଲ ବାର୍ଥ ଫଟୋଗ୍ରାଫି ୨୦୨୦: ଲେବର ରୁମରୁ ନିଆଯାଇଥିବା ପିଲା ଜନ୍ମର କିଛି ସୁନ୍ଦର ମୁହୂର୍ତ୍ତ, ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
୨୦୨୦ ମସିହାର ଇଣ୍ଟରନ୍ୟାସନାଲ ବାର୍ଥ ଫଟୋଗ୍ରାଫି ଆୱାର୍ଡ ଘୋଷଣା କରାଯାଇସାରିଛି । ତେବେ ଏହି କାଟାଗୋରିରେ ସେହି ସବୁ କ୍ଷଣକୁ ସାମିଲ କରାଯାଇଛି ଯେଉଁଥିରେ ପିଲାଜନ୍ମକୁ ଦେଖାଯାଇଛି । ୱିନର୍ସଙ୍କ ନାମ ଓ ତାଙ୍କର ଫଟୋଗ୍ରାଫି ପ୍ରଦର୍ଶିତ କରିବା ସମୟରେ ସେଥିରେ କିଛି ମାର୍ମିକ ମୁହୂର୍ତ୍ତ ମଧ୍ୟ ଦେଖାଯାଇଥିଲା। ଯେଉଁଥିରେ ଭିନ୍ନ ଭିନ୍ନ କାଟାଗୋରିର ଫଟୋ ଦେଖାଯାଇ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ସବୁଠୁ ଭଲ ଫଟୋଗ୍ରାଫିର ଆୱାର୍ଡ ମିଳିଥିଲା ବ୍ରାଜିଲର ଫଟୋଗ୍ରାଫର ଜାନା ବ୍ରାସିଲଙ୍କୁ ଯିଏକି ଏମ୍ନିଓଟିକ ବ୍ୟାଗ ସହିତ ଜନ୍ମ ନେଇଥିବା ଏକ ପିଲାର ଫଟୋ କ୍ଲିକ କରିଥିଲେ ।
ଏହି ଫଟୋକୁ ମେମ୍ବର୍ସ ଚଏସ ବେଷ୍ଟ ଇନ ବର୍ଥରେ ସିଲେକ୍ଟ କରାଯାଇଥିଲା । ମା’ର ଗର୍ଭରୁ ବାହାରିଥିବା ପିଲାର କିଛି ଏପରି ଫଟୋ ବହୁତ ଚର୍ଚ୍ଚାକୁ ଆସିଥିଲା ।
ବେଷ୍ଟ ଇନ ଡେଲିଭରି କାଟାଗୋରିରେ ଚୟନ କରାଯାଇଥିବା ଏହି ଫଟୋକୁ ଉଠାଇଥିଲେ ଆଲେକ୍ଜାଣ୍ଡ୍ରିଆ ମୁନେ ।
ମେମ୍ବର୍ସ ଚଏସ ଫାଷ୍ଟ ପ୍ଲେସର ଆୱାର୍ଡ ମିଳିଥିବା ଏହି ଫଟୋ ଉଠାଇଥିଲେ ଆମେରିକାର କ୍ୟାଟି ଟୋରେସ ।
ବେଷ୍ଟ ଇନ ପୋଷ୍ଟପାର୍ଟମ କାଟାଗୋରୀରେ ଚୟନ କରାଯାଇଥିବା ଏହି ଫଟୋକୁ ଉଠାଇଥିଲେ ଅଷ୍ଟ୍ରେଲିଆର କ୍ରିଷ୍ଟି ଭିସ୍ଚେର ।
ଏହା ବ୍ୟତୀତ ଅନେକ ଫଟୋକୁ କ୍ୟାପ୍ସନ ସହିତ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ନିଜର ଦୁଇପିଲାଙ୍କ ସହ ମା’ଙ୍କ ଏହି ପ୍ରତିକ୍ରିୟାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।
ପିଲାଜନ୍ମ ପରେ ଫଟୋରେ ବାପାଙ୍କର ଏହି ପ୍ରତିକ୍ରିୟା ସବୁକିଛି କହିଦେଉଛି । ଏହାକୁ ‘Hopelessly in Love’ ନାମ ଦିଆଯିଆଥିଲା ।
ଟାଟୁ ଭରା ହାତରେ ନିଜ ପିଲାକୁ ଜାକି ଧରିଥିବା ଜଣେ ପିତାଙ୍କର ଏହି ଫଟୋକୁ ନାମ ଦିଆଯିଆଥିଲା ‘Whoooooosh’ ।
ଏହି ଫଟୋର ସୁନ୍ଦରତା ନିଜେହିଁ ସବୁକିଛି କହିଦେଉଛି, ଯାହାର ନାମ ଥିଲା ସ୍ଲିପିଂ ବ୍ୟୁଟି ।
ଜନ୍ମ ପରଠୁ ନେଇ ସବୁଦିନ ପର୍ଯ୍ୟନ୍ତ ବାପା ମା କିଛି ଏହିଭଳି ନିଜ ପିଲାର ଯତ୍ନ ନେଇଥାନ୍ତି ।
ୱାଟର ବର୍ଥର ଏହି ଫଟୋ ଯନ୍ତ୍ରଣା ଓ ଜନ୍ମ ମଧ୍ୟର ଥିବା ସୁନ୍ଦରତାକୁ ଦେଖାଉଛି ।
ୱାଟର ବର୍ଥର ଏହି ଫଟୋ ମଧ୍ୟ ଉକ୍ତ ପ୍ରତିଯୋଗିତାର ଏକ ଅଂଶ । ତେବେ କୁହାଯାଏ ଯେ ପାଣିରେ ପିଲା ଜନ୍ମ ଦେବା ଦ୍ୱାରା ଯନ୍ତ୍ରଣା ଟିକିଏ କମ ହୋଇଥାଏ ।