ଦିନେ ଏମିତି କାମ କରିବି ମୋ ପାଇଁ ଗର୍ବ ଅନୁଭବ କରିବେ: ଏନସିବିକୁ ପ୍ରତିଶୃତି ଦେଲେ ଆର୍ୟନ

ବର୍ତ୍ତମାନ ସମୟରେ ଦେଶର ଚର୍ଚ୍ଚାର ବିଷୟ ପାଲଟିଛି ବଲିଉଡ ଡ୍ରଗ୍ସ ରାକେଟ ଓ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗିରଫ ମାମଲା। ତେବେ ଜେଲରେ ଏନସିବିର ମହାନିର୍ଦ୍ଦେଶକ ସମୀର ୱାଙ୍ଖେଡେ, ଆର୍ୟନଙ୍କୁ କାଉଁସେଲିଂ କରିଛନ୍ତି। ଏହି ସମୟ ମଧ୍ୟରେ ଆର୍ୟନ, ଏନସିବି ଅଧିକାରୀମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସେ ଗରିବଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବେ ଏବଂ ଭବିଷ୍ୟତରେ ତାଙ୍କ ନାମକୁ କଳଙ୍କିତ କରିବା ଭଳି କୌଣସି କାମ କରିବେ ନାହିଁ।

ଏନସିବି ମହାନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସମେତ ଅନ୍ୟ ଅଧିକାରୀଙ୍କ କାଉଁସେଲିଂ ବେଳେ ଆର୍ୟନ ଖାନ କହିଛନ୍ତି ଯେ, ଜେଲରୁ ମୁକ୍ତ ହେବା ପରେ ସେ ଗରୀବଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତି ପାଇଁ କାର୍ଯ୍ୟ କରିବେ ଏବଂ କେବେ ବି ଏମିତି କାମ କରିବେ ନାହିଁ ଯାହା ତାଙ୍କ ଭୁଲ୍ କାରଣରୁ ପ୍ରକାଶିତ ହେବ। ଜଣେ ଏନସିବି ଅଧିକାରୀ କହିଛନ୍ତି ଯେ, ‘ଆର୍ୟନ କହିଛନ୍ତି, ମୁଁ ଏପରି କିଛି କାମ କରିବି ଯାହା ଆପଣଙ୍କୁ ମୋ ପାଇଁ ଗର୍ବିତ କରିବ ‘ ।

ଅନ୍ୟପଟେ ଆର୍ୟନ ଖାନ ବର୍ତ୍ତମାନ ଡ୍ରଗ୍ସ ମାମଲାରେ ଆର୍ଥର୍ ରୋଡ୍ ଜେଲରେ ଅଛନ୍ତି। ସେ ଅକ୍ଟୋବର ୧୫ରେ ଭିଡିଓ କଲରେ ତାଙ୍କ ପିତାମାତାଙ୍କ ସହ କଥା ହୋଇଥିଲେ। ତାଙ୍କ ପିତାମାତା ଆର୍ୟନ ଖାନଙ୍କୁ ଭେଟିବା ପାଇଁ ଜେଲକୁ ଆସି ନଥିଲେ, ବରଂ ଭିଡିଓରେ ସେମାନେ କଥାବାର୍ତ୍ତା କରିଥିଲେ। ଜେଲ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆର୍ୟନ, ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ସହ କଥା ହୋଇଛନ୍ତି। ସେ ତାଙ୍କ ପିତାମାତାଙ୍କ ସହ ପ୍ରାୟ ୧୦ ମିନିଟ୍ କଥା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.