ଦଲିପ ତାହିଲଙ୍କୁ ଜେଲ, ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଦଲିପ ତାହିଲଙ୍କୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ୨ ମାସ ଜେଲ ଦଣ୍ଡାଦେଶ ଦଣ୍ଡିତ କରାଯାଇଛି । ୨୦୧୮ରେ ଅଭିନେତା ଦଲିପ ତାହିଲ ମୁମ୍ବାଇର ଖାର ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଥିଲେ । ନିଜ କାରରେ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲେ । ଅଭିନେତାଙ୍କୁ ଜେଲ ଦଣ୍ଡାଦେଶ ମିଳିବା ପରେ ଗିରଫ କରାଯାଇଛି ।

ବଲିଉଡର ଜଣାଶୁଣା ଅଭିନେତା ଦଲିପ ତାହିଲଙ୍କୁ ଜେଲ୍‌ । ଦଲିପଙ୍କୁ ୨ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅଭିନେତାଙ୍କୁ ଜେଲ ଦଣ୍ଡାଦେଶ ମିଳିବା ପରେ ଗିରଫ କରାଯାଇଛି । ତେବେ ଦଲିପ ତାହିଲଙ୍କୁ ଜେଲ ହେବା ପରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଟେନସନ ଛାଇଯାଇଛି ।

ଖବର ମୁତାବକ, ଦଲିପ ତାହିଲଙ୍କୁ ଡ୍ରିଙ୍କ ଆଣ୍ଡ ଡ୍ରାଇଭ ମାମଲାରେ ୨ ମାସ ଜେଲ ଦଣ୍ଡାଦେଶ ଦଣ୍ଡିତ କରାଯାଇଛି । ୨୦୧୮ରେ ଅଭିନେତା ଦଲିପ ତାହିଲ ମୁମ୍ବାଇର ଖାର ଅଞ୍ଚଳରେ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇଥିଲେ । ନିଜ କାରରେ ଏକ ଅଟୋ ରିକ୍ସାକୁ ଧକ୍କା ଦେଇଥିଲେ । ଏଥିରେ ବସିଥିବା ଜଣେ ଯୁବକ ଓ ଯୁବତୀ ଗୁରୁତର ଆହତ ହୋଇଥିଲେ। ଏହାପରେ ପୀଡିତମାନେ ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଥିଲେ ।

ଦଲିପ ତାହିଲଙ୍କ ମାମଲାରେ ଡାକ୍ତରଙ୍କ ରିପୋର୍ଟକୁ ଆଧାର କରି ଦଣ୍ଡାଦେଶ ମିଳିଛି । ରିପୋର୍ଟକୁ ଧ୍ୟାନରେ ରଖି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଡାକ୍ତର ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କ ଠାରୁ ମଦ ଗନ୍ଧ ବାରି ହୋଇପଡୁଥିଲା । ଏହି ସମୟରେ ଦଲିପ ନିଜେ ଚାଲିପାରୁନଥିଲେ । ଠିକ୍‌ ଭାବେ କହି ମଧ୍ୟ ପାରୁନଥିଲେ ।

ଏହି ମାମଲାରେ ଦଲିପ ତାହିଲ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେତେବେଳେ ତାଙ୍କୁ ଖାର ପୋଲିସ ଷ୍ଟେସନରେ ଗିରଫ ମଧ୍ୟ କରାଯାଇଥିଲା । ପରେ ଜାମିନରେ ଦଲିପ ମୁକୁଳି ଯାଇଥିଲେ । ଏବେ ୫ ବର୍ଷ ପରେ ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ଶୁଣାଇଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ନେଗେଟିଭ ରୋଲ ପାଇଁ ସେ ବେଶ୍ ପରିଚିତ । ସେ ବଲିଉଡରେ ବାଜିଗର, କୟାମତ ସେ କୟାମତ ତକ୍, ଇସ୍କ, ରା ଓ୍ୱନ୍, କହୋନା ପ୍ୟାର୍ ହୈ, ଆଖିର୍ ରାସ୍ତା, ଦୌଲତ କି ଜଙ୍ଗ ଭଳି ଫିଲ୍ମରେ କାମ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.