ଗୁପଚୁପରେ ମା’ ଦୁର୍ଗା, କୋଲକାତାର ଗୁପଚୁପ ଥିମ୍ ପେଣ୍ଡାଲ ଭିଡିଓ ହେଉଛି ଭାଇରାଲ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଲକାତାରେ ଦୁର୍ଗାପୂଜା ପେଣ୍ଡାଲକୁ ନେଇ ପ୍ରତିଯୋଗିତା ଚାଲିଛି । ଏହା ମଧ୍ୟରେ ଏକ ସ୍ୱତନ୍ତ୍ର ଗୁପଚୁପ ଥିମ୍ ପେଣ୍ଡାଲ ଚର୍ଚ୍ଚାର ବିଷୟ ପାଲଟିଛି । ବାସ୍ତବରେ ଏହି ପେଣ୍ଡାଲର ସବୁଆଡେ ଗୁପଚୁପ ହି ଗୁପଚୁପ । ଏମିତି କି ଦେବୀ ମା' ମଧ୍ୟ ଗୁପଚୁପ ଭିତରେ ସ୍ଥାପିତ ହୋଇଛନ୍ତି ।

ସମଗ୍ର ଦେଶରେ ଚାଲିଛି ନବରାତ୍ରି ଏବଂ ଦୁର୍ଗାପୂଜା । କିନ୍ତୁ ପଶ୍ଚିମବଙ୍ଗରେ ଏହାର ବିଶେଷ କ୍ରେଜ ରହିଥାଏ । ଏହି ସମୟରେ ଭିନ୍ନ ଭିନ୍ନ ସୁନ୍ଦର ଥିମ୍ ର ପେଣ୍ଡାଲ ଖୁବ ଚର୍ଚ୍ଚାରେ ରହିଥାଏ । ଏହି ମଧ୍ୟରେ ସାମ୍ନାକୁ ଆସିଛି କୋଲକାତାର ଗୁପଚୁପ ଥିମ୍ ପେଣ୍ଡାଲ । ଏହି ପେଣ୍ଡାଲର ଭିଡିଓ ବର୍ତ୍ତମାନ ଖୁବ ଭାଇରଲ ହେବାରେ ଲାଗିଛି ।

ବେହାଲା ନୋଟୁନ କ୍ଲବ ଦ୍ୱାରା ଆୟୋଜିତ ଏହି ପେଣ୍ଡାଲ ନିଜ ଭିନ୍ନ ଥିମ୍ ସହିତ ଦର୍ଶକଙ୍କ ବେଶ ଧ୍ୟାନ ଆକର୍ଷିତ କରିଛି । ପେଣ୍ଡାଲର ଚାରିଆଡେ ସଜ୍ଜା ହେଇଛି ଗୁପଚୁପ ହି ଗୁପଚୁପ । ଆପଣ ନିଶ୍ଚୟ ଭାବୁଥିବେ ଏହି ଗୁପଚୁପ ସବୁ କେଉଁଥିରେ ପ୍ରସ୍ତୁତ ହୋଇଛି ? କିନ୍ତୁ ଏଗୁଡିକ ସବୁ ପ୍ରକୃତ ଗୁପଚୁପ । କିଛି ସ୍ଥାନରେ ପତ୍ର ଦନାରେ ଗୁପଚୁପ ରଖାଯାଇ କାନ୍ଥରେ ଟଙ୍ଗା ହୋଇଛି । ଏପରିକି ମା’ ଦୁର୍ଗାଙ୍କ ମୂର୍ତ୍ତି ମଧ୍ୟ ଏକ ବଡ ଗୁପଚୁପ ଭିତରେ ସ୍ଥାପିତ ହୋଇଛି ।

 

View this post on Instagram

 

A post shared by Sharbani Bhattacharya (@b.sharbani)

ଗୁପଚୁପର ଏହି ଚମତ୍କାର ସାଜସଜ୍ଜା ଲୋକମାନଙ୍କୁ ଖୁବ ପସନ୍ଦ ଆସିଛି । ଏହି ପେଣ୍ଡାଲ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହାକୁ ତିଆରି କରିଥିବା ବ୍ୟକ୍ତିଙ୍କର ଖୁବ ପ୍ରଶଂସା କରିଛନ୍ତି । କୋଲକାତାର ଦୁର୍ଗାପୂଜା ପେଣ୍ଡାଲ ସେମାନଙ୍କ କଳା ଏବଂ ସାଂସ୍କୃତିକ ମହତ୍ୱ ପାଇଁ ପାଳନ କରାଯାଇଥାଏ । ନିକଟରେ ଜଣାଶୁଣା ବିଜନେସ ଟାଇକୁନ ହର୍ଷ ଗୋୟଙ୍କା ମଧ୍ୟ ଏହାର ଭିଡିଓ କ୍ଲିପ୍‌ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.