Below header

ଦିପବୀର କଲେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ, ଆସିଲା ବିବାହର ଦୁଇଟି ନୂଆ ଫଟୋ

ମୁମ୍ବାଇ : ବିବାହକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛନ୍ତି ଦୀପବୀର । ଏନେଇ ତାଙ୍କ ବିବାହର ସମସ୍ତ ଫଟୋ ଏବଂ ଭିଡ଼ିଓକୁ ଚାହିଁ ବସିଛନ୍ତି ତାଙ୍କ ପ୍ରଶଂସକ । ଏନେଇ ତାଙ୍କ ଦ୍ୱାରା ଶେୟାର କରାଯାଉଥିବା ସମସ୍ତ ଫଟୋ ସୋସିଆଲ ମିଡ଼ିଆରେ କିଛି ସମୟ ମଧ୍ୟରେ ହିଁ ଭାଇରାଲ ହେଉଛି । ତେବେ ବିବାହର ଫଟୋ ପରେ ଏବେ ଦୀପବୀର ତାଙ୍କ ପରିବାର ଏବଂ ସାଙ୍ଗସାଥିଙ୍କ ସହ ମସ୍ତି କରୁଥିବା ଦେଖାଯାଇଛି । ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁ ସଂଖ୍ୟକ ଭାଇରାଲ ହୋଇଛି ।

deepveer

ନବବିବାହିତା ଦୀପିକା ଏବଂ ରଣବୀର ଏବେ ଇଟାଲୀରେ ବିବାହ ପରେ ତାଙ୍କ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ସହ ସେଲିବ୍ରେଟ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଗୋଟିଏ ଫଟୋ ଦୁହେଁ ତାଙ୍କ ପରିବାର ସହ ନଜର ଆସିଥିବା ବେଳେ ଆଉ ଗୋଟେରେ ଦେଖାଯାଇଛନ୍ତି ତାଙ୍କ ସାଙ୍ଗସାଥିଙ୍କ ସହ ।

depika

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ବିଟାଉନର ଏହି ଦମ୍ପତିଙ୍କ ବିବାହ କଡ଼ା ସୁରକ୍ଷା ଭିତରେ ହୋଇଥିଲା । ତେବେ ସୂଚନା ଅନୁଯାୟୀ, ନଭେମ୍ବର ୧୮ରେ ରଣବୀର-ଦିପିକା ଭାରତ ଫେରିବା ସହ ୨୮ ନଭେମ୍ବରରେ ଏଠାରେ ରିସେପସନ୍ ସେଲିବ୍ରେଟ କରାଯିବ । ଏହି କଳାକାରଙ୍କ ପ୍ରଶଂସକ ଦୁହିଁଙ୍କ ବିବାହର ଫଟୋ ପାଇଁ ଚାହିଁ ବସିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.