କରଣ ଜୋହରଙ୍କ ଲେଟ ନାଇଟ ପାର୍ଟିର ଭିଡିଓ ଭାଇରାଲ, ନଜର ଆସିଲେ ଦୀପିକା, ଶାହିଦ, ରଣବୀର କପୁରଙ୍କ ସହ ଅନେକ ନାମୀଦାମୀ ଷ୍ଟାର
ଫିଲ୍ମ ମେକର କରଣ ଜୋହର ନିକଟରେ ଏକ ପାର୍ଟି ରଖିଥିଲେ ଯେଉଁଥିରେ ବଲିଉଡର ବହୁତ ନାମୀଦାମୀ ଷ୍ଟାର ନଜରକୁ ଆସିଥିଲେ। ଦୀପିକା ପାଦୁକୋନଙ୍କଠୁ ନେଇ ମୀରା ରାଜପୁତ ପର୍ଯ୍ୟନ୍ତ ସମସ୍ତେ କରଣ ଜୋହରଙ୍କ ଘରେ ଥିବା ଏହି ପାର୍ଟିରେ ସାମିଲ ହୋଇଥିଲେ। ଶନିବାର ରାତିରେ ହୋଇଥିବା ଏହି ପାର୍ଟିର ଏକ ଭିଡିଓ ପ୍ରଯୋଜକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ଏହି ଭିଡିଓରେ ଦୀପିକା ପାଦୁକୋନ, ମଲାଇକା ଅରୋରା, ଅର୍ଜୁନ କପୁର, ଶାହିଦ କପୁର, ବରୁଣ ଧାୱନ, ଭିକ୍କୀ କୌଶଲ, ରଣବୀର କପୁରଙ୍କ ଭଳି ଷ୍ଟାର ମାନେ ନଜରରେ ଆସିଥିଲେ।
ଏହି ଭିଡିଓକୁ କରଣ ଜୋହର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫ୍ୟାନମାନଙ୍କ ସହିତ ସେୟାର କରିଥିଲେ ଏବଂ ଫ୍ୟାନମାନେ ମଧ୍ୟ ଏହି ଭିଡିଓ ଉପରେ ବହୁତ କମେଣ୍ଟ କରିଥିଲେ। ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଫିଲ୍ମ ଷ୍ଟାର ମାନେ ନିଜନିଜର ଅନ୍ଦାଜରେ ପାର୍ଟିକୁ ଉପଭୋଗ କରୁଥିଲେ। ନିକଟରେ ପ୍ରଯୋଜକ କରଣ ଜୋହର ସାଉଥ ସୁପରଷ୍ଟାର ବିଜୟ ଦେବ୍ରାକୋଣ୍ଡାଙ୍କ ଅପକମିଙ୍ଗ ଫିଲ୍ମ “ଡିୟର କମ୍ରେଡ”ର ହିନ୍ଦୀ ରିମେକ କରିବେ ବୋଲି ସୂଚନା ଦେଇଥିଲେ।