୪୦୧ ଫୁଟ ଲମ୍ବାର ତ୍ରିରଙ୍ଗା ଆଉ ଯବାନ ବର୍ଦ୍ଦିରେ ୭୨ ଗ୍ରାମବାସୀ: ସ୍ବତନ୍ତ୍ର କାଉଡ଼ି ଯାତ୍ରାରେ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

କାଉଡ଼ି ବା ବୋଲବମ୍ ଯାତ୍ରା ସମୟରେ ଯେଉଁଠି ପୂରା ମିରଟ ସହର ଗେରୁଆ ରଙ୍ଗରେ ସଜେଇ ହୋଇଥିଲା, ସେଠି ରାଜପଥରେ ଯାଉଥିବା ସ୍ବତନ୍ତ୍ର କାଉଡ଼ି ଭାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଯେ କେହି ଏହି ଖାସ୍ ତଥା ଆକର୍ଷଣୀୟ କାଉଡ଼ି ଯାତ୍ରାକୁ କ୍ୟାମେରାରେ କଏଦ କରିନେବାକୁ ଚାହୁଁଥିଲେ।

କାଉଡ଼ି ଯାତ୍ରାରେ ଯେଉଁଠି ଶିବଭକ୍ତି ଥିଲା, ସେଠି ଦେଶଭକ୍ତି ବି ଜାଗ୍ରତ ହୋଇଥିଲା। ତ୍ରିରଙ୍ଗା କାଉଡ଼ି ଭାର ନେଇ ଯାଉଥିବା ଯବାନ ବର୍ଦ୍ଦିପିନ୍ଧା ଗ୍ରାମବାସୀ ସହିଦମାନଙ୍କ ନାଁ ଉଚ୍ଚାରଣ କରୁଥିଲେ। ଆଉ କେହି କେହି ମଝିରେ ମଝିରେ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ। ଉତ୍ତର ପ୍ରଦେଶର ବୁଲନ୍ଦ ସହରର ଏମାନେ ଥିଲେ ଏପରି ଏକ କାଉଡ଼ିଆ ଦଳ, ଯେଉଁମାନେ ଲମ୍ବା ତ୍ରିରଙ୍ଗା ଭାର ଧରି ହରିଦ୍ବାରରୁ ବାହାରିଥିଲେ ମିରଟ।

ଏହାସହ ପଢ଼ନ୍ତୁ: ସମୁଦ୍ର ଗର୍ଭରୁ ଠାବ ହେଲା ୧୨୦୦ ବର୍ଷ ତଳର ପ୍ରାଚୀନ ରହସ୍ୟମୟୀ ମନ୍ଦିର, ହୀରାନୀଳାରେ ଭର୍ତ୍ତି ଡଙ୍ଗା ବି ମିଳିଲା

flag tri

କାରଗିଲ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ବୁଲନ୍ଦ ସହରର କେଶବପୁର ସଠଲା ନିବାସୀ କାଉଡ଼ିଆମାନେ ୪୦୧ ଫୁଟ ଲମ୍ବାର ତ୍ରିରଙ୍ଗା ଧରି ରବିବାର ମିରଟରେ ପହଞ୍ଚିଥିଲେ। ସେଠାରେ ଜାତୀୟ ରାଜପଥରେ ଏହି କାଉଡ଼ିଆମାନଙ୍କୁ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିବାରେ ଲାଗିଥିଲା। ଶିବଭକ୍ତଙ୍କ ଦେଶଭକ୍ତି ଏବଂ ଏହି ସ୍ବତନ୍ତ୍ର ତ୍ରିରଙ୍ଗା ଯାତ୍ରାକୁ ବାଟରେ ଯାଉଥିବା ଯେ କେହି ଲୋକ ସାଲ୍ୟୁଟ୍ କରୁଥିଲେ। ଦଳର ନେତ୍ତ୍ବ ନେଇଥିଲେ ଜଗନ୍ନାଥ। ସେ କହିଥିଲେ, ଗତବର୍ଷ ସେମାନେ ୩୫୧ ଫୁଟ ଲମ୍ବା ତ୍ରିରଙ୍ଗା ଯାତ୍ରା କରି ଆସିଥିଲେ। ସେମାନଙ୍କର ଲକ୍ଷ୍ୟ, ପ୍ରତିବର୍ଷ ୫୦ ଫୁଟ ଅଧିକ ଲମ୍ବାର ତ୍ରିରଙ୍ଗା କାଉଡ଼ି ଭାର ନେଇ ଆସିବା।

flag flag

ସେ ଏହା ବି କହିଥିଲେ, ତ୍ରିରଙ୍ଗା ଯାତ୍ରା କରିବାର ଏକମାତ୍ର ଉଦ୍ଦେଶ୍ୟ କାରଗିଲରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା। ଏହି ତ୍ରିରଙ୍ଗା କାଉଡ଼ି ମାଧ୍ୟମରେ ଦେଶବାସୀଙ୍କୁ ସେମାନେ ଯବାନମାନଙ୍କ ତ୍ୟାଗ, ଦେଶଭକ୍ତି ବିଷୟରେ ଅବଗତ କରାଉଛନ୍ତି। ଦଳରେ ଯବାନ ବର୍ଦ୍ଦି ପିନ୍ଧା ୬ରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ୭୨ଜଣ ଗ୍ରାମବାସୀ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.