Below header

ଶେଷରେ ବିଗ୍‌ବସ୍‌ ହାଉସ୍‌ରେ ଏଣ୍ଟ୍ରି କଲେ ଦିଶା ପରମାର, ବିବାହ ପାଇଁ ରାହୁଲଙ୍କୁ ଦେଲେ ଏହି ଜବାବ; ଦେଖନ୍ତୁ ଭିଡିଓ

ପପୁଲାର ରିଆଲିଟି ଶୋ’ ବିଗ୍‌ବସ୍‌ ୧୪ର ଅପକମିଂ ଏପିସୋଡ୍‌ରେ ଅନେକ ଭଲ ପାଇବା ଓ ଇମୋସନ୍‌ ଦେଖିବାକୁ ମିଳିବ। ରାହୁଲ ବୈଦ୍ୟଙ୍କ ବହୁ ପ୍ରତୀକ୍ଷା ପରେ ଗାର୍ଲଫ୍ରେଣ୍ଡ ଦିଶା ପରମାରଙ୍କ ଝଲକ୍‌ ଶୋ’ରେ ଦେଖିବାକୁ ମିଳିବ। କେବଳ ଏତିକି ନୁହେଁ, ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ତାଙ୍କୁ ଏକ ଖାସ୍‌ ଉପହାର ମଧ୍ୟ ମଳିବ। ଦିଶା ତାଙ୍କ ପ୍ରପୋଜାଲ ସ୍ୱୀକାର କରି ବିବାହ ପାଇଁ ହଁ କହୁଥିବା ଦେଖିବାକୁ ମିଳିବ।

କଲର୍ସ ଚ୍ୟାନେଲ ଅପକମିଂ ଏପିସୋଡ୍‌ର ପ୍ରୋମୋ ସେୟାର କରିଛି। ଏଥିରେ ଦେଖିବାକୁ ମିଳିଛି ଯେ ମେରୁନ୍‌ କଲର ଡ୍ରେସ୍‌ରେ ଯେତେବେଳେ ଦିଶା ଘର ଭିତରକୁ ଏଣ୍ଟ୍ରି କରୁଛନ୍ତି ସେତେବେଳେ ରାହୁଲ ଇମୋସନାଲ ହୋଇପଡ଼ୁଛନ୍ତି। ଉଭୟ କାଚର ଏପାଖେ ସେପାଖେ ଥିଲେ ମଧ୍ୟ ନିଜ ପ୍ରେମ ଦର୍ଶାଇବାକୁ ଆଦୌ ଭୁଲିନାହାନ୍ତି।

 

View this post on Instagram

 

A post shared by ColorsTV (@colorstv)


ଦିଶାଙ୍କୁ ଦେଖି ରାହୁଲ ବେଶ୍‌ ଖୁସି ହୋଇପଡ଼ୁଛନ୍ତି। ଦିଶା କହୁଛନ୍ତି, ଏଠାକୁ ଆସିବାକୁ ଆଜିଠାରୁ ଭଲ ଦିନ ଆଉ କିଛି ହୋଇପାରିନଥାନ୍ତା। ପରେ ରାହୁଲ ପୁଣିଥରେ ଦିଶାଙ୍କୁ ବିବାହ ପାଇଁ ପ୍ରପୋଜ୍‌ କରୁଛନ୍ତି ଓ ଏହାର ଜବାବରେ ଦିଶା ମଧ୍ୟ ହଁ କହୁଛନ୍ତି। ଉଭୟେ ପରସ୍ପରକୁ କିସ୍‌ କରି ଆଇ ଲଭ୍‌ ୟୁ କହୁଛନ୍ତି। ଶନିବାର କିମ୍ବା ରବିବାର ଏହି ଏପିସୋଡ୍‌ ଟେଲିକାଷ୍ଟ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.