ଦିବ୍ୟା ଅଗ୍ରଓ୍ଵାଲ ହେଲେ ବିଗ୍ ବସ୍ ଓଟିଟିର ପ୍ରଥମ ବିଜେତା, ଜିତିଲେ ୨୫ ଲକ୍ଷ ଟଙ୍କା ଓ ଟ୍ରଫି; ନିଶାନ୍ତ ଭଟ୍ଟ ଓ ଶମିତା ସେଟ୍ଟି ଉପବିଜେତା
![divya](https://knewsodisha.com/wp-content/uploads/2021/09/divya.jpg)
ଦିବ୍ୟା ଅଗ୍ରଓ୍ଵାଲ ଶନିବାର ରାତିରେ ନିଶାନ୍ତ ଭଟ୍ଟ ଓ ଶମିତା ସେଟ୍ଟିଙ୍କୁ ପଛରେ ପକାଇ ବିଗ୍ ବସ୍ ଓଟିଟିର ପ୍ରଥମ ବିଜେତା ହୋଇଛନ୍ତି। ପ୍ରତିଯୋଗିତାରେ ନିଶାନ୍ତ ଭଟ୍ଟ ପ୍ରଥମ ରନର ଅପ୍ ହୋଇଥିବା ବେଳେ ଶମିତା ଦ୍ୱିତୀୟ ରନର ଅପ୍ ରହିଥିଲେ। ଦିବ୍ୟାଙ୍କୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି।
ପ୍ରତିଯୋଗିତାରେ ଦିବ୍ୟା ପ୍ରଥମରୁ ହିଁ ନିଜକୁ ମଜଭୁତ ସ୍ଥିତିରେ ରଖିଥିଲେ, ଯଦିଓ ତାଙ୍କୁ କେତେଥର ବିପରୀତ ପରିସ୍ଥିତିର ସାମ୍ନା କରିବାକୁ ବି ପଡ଼ିଥିଲା। ଶୋ’ରେ ତାଙ୍କୁ କୌଣସି କନେକ୍ସନ ମିଳି ନ ଥିଲା। ଏହି କାରଣରୁ ତାଙ୍କୁ ପ୍ରଥମ ଦିନରୁ ହିଁ ବେଘର୍ ହେବା ପାଇଁ ନୋମିନେଟ୍ କରି ଦିଆଯାଇଥିଲା।
ବିଗ୍ ବସ୍ ଓଟିଟି ବିଜେତା ହେବା ପରେ ଦିବ୍ୟା କହିଛନ୍ତି କି, ବିଗ୍ ବସ୍ ଜିତିବା ତାଙ୍କର ସ୍ୱପ୍ନ ଥିଲା, ଯାହାକୁ ସେ ଆଜି ପୂରା କରିଛନ୍ତି। ପ୍ରତିଯୋଗିତା ୮ ଅଗଷ୍ଟରେ ଆରମ୍ଭ ହୋଇଥିଲା। ପାଖାପାଖି ୧୦୦୦ ଘଣ୍ଟା ଲଗାତାର ଚାଲିଥିବା ଏହି ଲାଇଭ୍ ବିଗ୍ ବସ୍ ଓଟିଟି ଶୋ’କୁ ହୋଷ୍ଟ କରଣ ଜୋହର କରିଥିଲେ। ଫିନାଲେ ଏପିସୋଡ୍ରେ ତାଙ୍କର ସାଥ୍ ଦେବା ପାଇଁ ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଜେନେଲିୟା ଡିସୁଜା ପହଞ୍ଚିଥିଲେ।
ଶୋ’ର ଟ୍ରଫି ଜିତିବା ରେସ୍ରେ ପ୍ରଥମ ୫ ଫାଇନାଲିଷ୍ଟ ଶମିତା ସେଟ୍ଟି, ଦିବ୍ୟା ଅଗ୍ରଓ୍ଵାଲ, ରାକେଶ ବାପଟ, ପ୍ରତୀକ୍ ସହଜପାଲ ଓ ନିଶାନ୍ତ ଭଟ୍ଟ ରହିଥିଲେ। କିନ୍ତୁ ପରେ ପ୍ରତୀକ୍ ନିଜକୁ ଫିନାଲେରୁ ବାହାର କରି ନେଇଥିଲେ। କହି ରଖୁଛୁ, ବିଗ୍ ବସ୍ ଓଟିଟି ଦିବ୍ୟାଙ୍କ ପାଇଁ ତୃତୀୟ ରିୟାଲିଟି ଶୋ’।