Below header

ପଞ୍ଜାବରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା

ନୂଆଦିଲ୍ଲୀ : ପଞ୍ଜାବରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ । ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚୌକିରେ କାହାକୁ ବସାଇବ କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମୁଖ୍ୟମନ୍ତ୍ରୀ ବାଛିବେ । ଗତକାଲି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଦୁଇ ଜଣଙ୍କ ନାଁରେ ଆଲୋଚନା ହୋଇଛି । କୁହାଯାଉଛି ନବଜୋତ ସିଂହ ସିଦ୍ଧୁଙ୍କ କ୍ୟାମ୍ପରୁ କେହି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।

ରେସରେ ଆଗରେ ଅଛନ୍ତି ପଞ୍ଜାବର ପୂର୍ବତନ ପିସିସି ସଭାପତି ସୁନୀଲ ଜଖର । ସେହିପରି ନଭଜୋତ ସିଂହ ସିଦ୍ଧୁ, କୁଳଜିତ ସିଂହ ନାଗ୍ରା । ସୁନୀଲଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ରାଜ୍ୟ କଂଗ୍ରେସ ହିନ୍ଦୁ ଓ ଜାଠ୍‌ ଶିଖମାନଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରିପାରିବ । ସୁନୀଲ ଜାଠ ହିନ୍ଦୁ ହୋଇଥିବା ବେଳେ ପଞ୍ଜାବ କଂଗ୍ରେସ ମୂଖ୍ୟ ସିଦ୍ଧୁ ହେଉଛନ୍ତି ଜାଠ ଶିଖ । ତେଣୁ ଏହି ଯୋଡି ଦଳକୁ ଆସନ୍ତା ବିଧାନସଭା ନିର୍ବାଚନରେ ଫାଇଦା ଦେଇପାରେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.