ନଭେମ୍ବରରୁ ମାଗଣାରେ ଘରକୁ ଘର ବୁଲି ରାସନ ବାଣ୍ଟିବେ ସରକାର, କଲେ ବଡ଼ ଘୋଷଣା

ମାଗଣାରେ ରାସନ ବାଣ୍ଟିବେ ମଧ୍ୟ ପ୍ରଦେଶ ସରକାର। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଏନେଇ ଘୋଷଣା କରିଛନ୍ତି। ଶିବରାଜ କହିଛନ୍ତି, ୧ ନଭେମ୍ବରରୁ ୮୯ ଜନଜାତି ଥିବା ବ୍ଲକରେ ପ୍ରତି ଘରକୁ ମାଗଣାରେ ରାସନ ଦିଆଯିବ। ଆଦିବାସୀ ଜନଜାତିଙ୍କୁ ନିଜ କାମ ଛାଡ଼ି ଆଉ ରାସନ ଦୋକାନକୁ ଆସିବାକୁ ପଡ଼ିବନି। ଏଥିପାଇଁ ତାଙ୍କ ଗାଡ଼ି ବ୍ୟବହାର କରାଯିବ ଓ ପ୍ରତି ଘରେ ରାସନ ପହଞ୍ଚାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।


ଜବଲପୁରରେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜନଜାତି ନେତାଙ୍କ ସମ୍ମାନରେ ଶନିବାର ଆୟୋଜିତ ଗୌରବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସ ସରକାର ବେଳେ ଜନଜାତି ସମୁଦାୟର ଛାତ୍ରଙ୍କୁ ଦିଆଯାଉଥିବା ସ୍କଲାରସିପ୍‌ ରାଶି ମାସକୁ ୨୦୦-୩୦୦ ଟଙ୍କା ଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ଏହି ରାଶି ବଢ଼ି ୧୨୦୦-୧୩୦୦ ଟଙ୍କା ହୋଇଛି। ଜନଜାତିଙ୍କ ଉନ୍ନତି ପାଇଁ ନରେନ୍ଦ୍ର ମୋଦି ସରକାର ସବୁବେଳେ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.