ଲକଡାଉନ କୋହଳ ହେବା ପରେ କମୁଛି ଦୂରଦର୍ଶନର ଲୋକପ୍ରିୟତା, ଜାଣନ୍ତୁ ଟପ୍ ୫ରେ ରହିଛି କେଉଁ କେଉଁ ଶୋ’

ଲକଡାଉନ ଘୋଷଣା ହେବା ପରେ ଲୋକଙ୍କୁ ଘରେ ବାନ୍ଧି ରଖିବା ପାଇଁ ଦୂରଦର୍ଶନ ତରଫରୁ ରାମାୟଣ, ମହାଭାରତ, ଉତ୍ତର ରାମାୟଣ ଓ ବିଷ୍ଣୁ ପୁରାଣ ଭଳି ପୌରାଣିକ ଧାରାବାହିକର ପୁନଃପ୍ରସାରଣ ଆରମ୍ଭ ହୋଇଯାଇଛି। ଲୋକମାନେ ମଧ୍ୟ ପ୍ରଥମେ ପ୍ରଥମେ ସେସବୁ ଧାରାବାହିକକୁ ବେଶ ଉପଭୋଗ କରୁଥିଲେ। ଏଣୁ ସେତେବେଳେ ଦୂରଦର୍ଶନର ଟିଆରପି ଆକାଶଛୁଆଁ ହୋଇଥିଲା। ସେହି ସମୟରେ ଦୂରଦର୍ଶନ ଏକ ନମ୍ବର ଚ୍ୟାନେଲ ହୋଇଥିବା ବେଳେ ସିରିୟଲଗୁଡିକ ଟପ ୫ରେ ସାମିଲ ହୋଇଥିଲେ। ମାତ୍ର ଲକଡାଉନର ପ୍ରଭାବ ଯେତିକି କମି କମି ଗଲା ଶୋ’ ଗୁଡ଼ିକର ଲୋକପ୍ରିୟତା ମଧ୍ୟ ସେତେ ହ୍ରାସ ପାଇଲା।

On public demand, Doordarshan to telecast Ramayan again, announces ...

BARC ତରଫରୁ ୩୦ ମେରୁ ଜୁନ ୫ ପର୍ଯ୍ୟନ୍ତର ଟିଆରପି ଲିଷ୍ଟ ଜାରି କରାଯାଇଛି। ଗ୍ରାମାଞ୍ଚଳ ଲୋକଙ୍କ ପସନ୍ଦ ବଦଳିଥିବା ଦେଖାଯାଇଛି। ଏହି ତାଲିକାରେ ଟପ୍ ୫ଟି ଶୋ ମଧ୍ୟରେ ପ୍ରଥମ ୪ଟି ଅନ୍ୟ ଚ୍ୟାନେଲର ଶୋ ଥିବା ବେଳେ ପଞ୍ଚମରେ ରହିଛି ଦୂରଦର୍ଶନର ଶ୍ରୀକୃଷ୍ଣ। ପ୍ରଥମରେ ବାବା ଏସି ବର ଢୁଣ୍ଡୋ, ଦ୍ଵିତୀୟରେ ମହିମା ଶନିଦେବ କି, ତୃତୀୟରେ ରାମାୟଣ ଓ ଚତୁର୍ଥରେ ରକ୍ତ ସମ୍ବନ୍ଧ ରହିଛି।

After Ramayan, Ramanand Sagar's Shri Krishna to return on ...

ଅନ୍ୟପଟେ ସହରାଞ୍ଚଳରେ ଏବେ ବି ଦୂରଦର୍ଶନର କ୍ରେଜ ରହିଛି। ସହରାଞ୍ଚଳରେ ପ୍ରଥମ ସ୍ଥାନରେ ଶ୍ରୀକୃଷ୍ଣ ରହିଥିବା ବେଳେ ୨ୟ, ୩ୟ ଓ ୪ର୍ଥରେ ଷ୍ଟାର ପ୍ଲସର ମହାଭାରତ, ଦେବୋ କା ଦେବ ମହାଦେବ ଓ ରାମାୟଣ ରହିଛି। ସେହିପରି ପଞ୍ଚମରେ ବାବା ଏସି ବର ଢୁଣ୍ଡୋ ରହିଛି।

TV-Series - Baba Aiso Var Dhoondo - TVwiz

 

ଏହି ସର୍ବେକ୍ଷଣ ଅନୁସାରେ ଲକଡାଉନ ଯେତେ କୋହଳ ହେଉଛି ଲୋକମାନେ ଦୂରଦର୍ଶନଠାରୁ ସେତେ ଦୂରେଇ ଯାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.