ଦ୍ରୌପଦୀଙ୍କ ଦୁଃଖ, ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ରୂପା ଗାଙ୍ଗୁଲୀ
ଜଣେ ଯେତେ ସଫଳ ହେଲେ ବି ତା ଜୀବନରେ ଯେ ଦୁଃଖ ନଥିବ ଏକଥା କହିହେବ ନାହିଁ । ଠିକ୍ ଯେମିତି ସଫଳ ଅଭିନୟ କ୍ୟାରିୟର ପରେ ଜଣେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବି ଦୁଃଖରେ ଅଛନ୍ତି ଦ୍ରୌପଦୀ । ପୋଲିସ ହାଜତରେ ଥିଲେ ଅଭିନେତ୍ରୀ ତଥା ବିଜେପି ସାଂସଦ ରୁପା ଗାଙ୍ଗୁଲୀଙ୍କ ପୁଅ । ମଦ ପିଇ ଗାଡି ଚଲାଉଥିଲେ ପୁଅ ଆକାଶ ମୁଖାର୍ଜୀ । ଆଉ କୋଲକାତା କ୍ଲବ୍ କାନ୍ଥରେ ଏମିତି ଧକ୍କା ଦେଲେ ଯେ କାନ୍ଥ ଭାଙ୍ଗିଗଲା । ତେଣୁ ପୋଲିସ୍ ତାଙ୍କୁ ଧରିନେଲା । ଅବଶ୍ୟ ପରେ ସେ ଜାମିନରେ ଆସିଛନ୍ତି । ୨୦ ବର୍ଷ ବୟସ୍କ ଆକାଶ ଘଟାଇଥିବା ଏହି ଘଟଣାରେ ରୂପାଙ୍କ ଉପରକୁ ଆଙ୍ଗୁଳି ଉଠିଛି ।
ତେବେ ବିଆର୍ ଚୋପ୍ରାଙ୍କ ମହାଭାରତ ଧାରାବାହିକରେ ଦ୍ରୌପଦୀ ହୋଇ ଘରେ ଘରେ ଲୋକପ୍ରିୟ ହୋଇଥିବା ରୂପାଙ୍କର କଣ୍ଟ୍ରୋଭର୍ସିି କ୍ୟାଲେଣ୍ଡର ଖୁବ୍ ଲମ୍ବା । ଗୋଟିଏ ପଟେ ତାଙ୍କର ରିଲ୍ ଲାଇଫ୍ ସଫଳତାର ଶୀର୍ଷରେ ଥିବା ବେଳେ କିନ୍ତୁ ରିୟଲ ଲାଇଫରେ କିଛି ଠିକ୍ ନଥିଲା । ୧୯୯୨ରେ ମେକାନିକାଲ୍ ଇଞ୍ଜିନିୟର ଧ୍ରୁବ ମୁଖାର୍ଜୀଙ୍କୁ ବିବାହ କରିଥିଲେ ରୂପା । କିନ୍ତୁ ଏହି ସମ୍ପର୍କ ତାଙ୍କର ବେଶି ଦିନ ଚାଲି ନଥିଲା । ରୂପାଙ୍କ ଉପରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିଲେ ସ୍ୱାମୀ ଧ୍ରୁବ । ଯେଉଁଥିରେ ବିରକ୍ତ ହୋଇ ୨୦୦୬ରେ ସ୍ୱାମୀଙ୍କଠୁ ଅଲଗା ହୋଇଯାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି । ଯାହାଙ୍କ ନାଁ ଆକାଶ ମୁଖାର୍ଜୀ ।
ଏକ ସାକ୍ଷାତକାରରେ ରୂପା ଗାଙ୍ଗୁଲୀ କହିଥିଲେ, ମୋର କ୍ୟାରିୟର ଯୋଗୁ ଧ୍ରୁବ ବହୁତ ଅସୁରକ୍ଷିତ ଅନୁଭବ କରୁଥିଲେ । ହେଲେ ଏଥିରେ ମୋର କଣ ଭୁଲ୍ ? କଣ ଏମିିତି କିଛି କରିପାରିଥାନ୍ତି ଯାହାଦ୍ୱାରା ମୁଁ ରୂପା ଗାଙ୍ଗୁଲି ରହିବିନି । ପ୍ରକୃତରେ ଜଣେ ବ୍ୟକ୍ତି ପକ୍ଷେ ଏହାକୁ ମାନିବା ବହୁତ କଷ୍ଟ ଯେ ତାର ସ୍ତ୍ରୀ ଜଣେ ସେଲିବ୍ରିଟି ବୋଲି । ଏହି ବିବାହକୁ ରକ୍ଷା କରିବା ପାଇଁ ଅନେକ ଚେଷ୍ଟା କରିଥିବା କହିଛନ୍ତି ରୂପା । ନିଜ କ୍ୟାରିୟର ଛାଡି ସ୍ୱାମୀଙ୍କ ସହ କୋଲକାତା ମଧ୍ୟ ଚାଲି ଆସିଥିଲେ । ସ୍ୱାମୀଙ୍କ ପସନ୍ଦ ଅନୁସାରେ ସବୁ କରୁଥିଲେ । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଏହି ସମ୍ପର୍କକୁ ବଂଚାଇ ପାରିନଥିଲେ ।
ତେବେ ସବୁ ସୀମା ସେତେବେଳେ ପାର ହୋଇଯାଇଥିଲା ଯେତେବେଳେ ରୂପାଙ୍କୁ ଟଙ୍କା ଦେବା ବନ୍ଦ କରିଦେଇଥିଲେ ସ୍ୱାମୀ । ଚିନ୍ତିତ ହୋଇ ତିନି ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଥରେ ପୁଅ ଆକାଶର ଜନ୍ମ ପୂର୍ବରୁ ଅନ୍ୟ ଦୁଇ ଥର ଜନ୍ମ ପରେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ତେଣୁ ପ୍ରତିଥର ମୃତ୍ୟୁକୁ ମାତ୍ ଦେଇଥିଲେ ମହାଭାରତର ଦ୍ରୌପଦୀ ।
ସ୍ୱାମୀଙ୍କଠାରୁ ଅଲଗା ହୋଇ ସିଙ୍ଗର ଦିବେନ୍ଦୁଙ୍କୁ ପ୍ରେମ କରି ବସିଥିଲେ ରୂପା ଗାଙ୍ଗୁଲୀ । ଏପରିକି ଉଭୟ ଲିଭ୍ ଇନ୍ ରିଲେସନରେ ରହିଥିଲେ । କିନ୍ତୁ ଏ ସମ୍ପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରିନଥିଲା । ଖୁବ୍ ଶୀଘ୍ର ଅଲଗା ହୋଇ ଯାଇଥିଲେ ସେମାନେ ।
୨୦୧୬ରୁ ରୂପା ବିଜେପି ପକ୍ଷରୁ ରାଜ୍ୟସଭା ସାଂସଦ ଅଛନ୍ତି । କିଛି ବର୍ଷ ପୂର୍ବରୁ ସର୍ବସାଧାରଣରେ ସିଗାରେଟ୍ ଟାଣି ଖୁବ୍ ନିନ୍ଦିତ ହୋଇଥିଲେ । ଏବେ ପୁଣି ପୁଅ ତାଙ୍କୁ ବଦନାମ କରୁଛି ।