ଭର୍ଜିନିଟୀକୁ ନେଇ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆ ୟୁଜର ପଚାରିଲେ ପ୍ରଶ୍ନ, ଜାଣନ୍ତୁ ଉତ୍ତରରେ କଣ କହିଲେ ଇଲିଆନା !

ବଲିଉଡ୍‌ ସେଲିବ୍ରିଟୀମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରହୁଛନ୍ତି ଏବଂ ନିଜ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି କରିଥାନ୍ତି। କେତେବେଳେ ଫଟୋ ଏବଂ ଭିଡିଓ ସେୟାର କରନ୍ତି ତ ଆଉ କେତେବେଳେ ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି। ଏମିତି ହିଁ ନିକଟରେ କରିଛନ୍ତି ଇଲିଆନା ଡିକ୍ରୁଜ୍‌। ସେ ନିଜ ଫ୍ୟାନ୍ସଙ୍କ ପାଇଁ ‘କୁଛ୍‌ ଭି ପୁଛୋ’ ସେଶନ ରଖିଥିଲେ।

ଇଲିଆନା ଡିକ୍ରୁଜ୍‌ ଇନଷ୍ଟାଗ୍ରାମରେ ‘କୁଛ୍‌ ଭି ପୁଛୋ’ ପ୍ରୋଗାମ କରିଥିଲେ। ଏହି ସମୟରେ ତାଙ୍କୁ ତାଙ୍କ ଫ୍ୟାନ୍ସ ଅନେକ ପ୍ରକାର ପ୍ରଶ୍ନ ପଚାରିଥିଲେ। ତାଙ୍କ ଆଗାମୀ ଫିଲ୍ମ, ପସନ୍ଦ ନା ପସନ୍ଦ ଆଦି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କିନ୍ତୁ ଏହି ସବୁ ପ୍ରଶ୍ନ ଭିତରେ ଅଭିନେତ୍ରୀଙ୍କୁ ଏମିତି ପ୍ରଶ୍ନ ପଚରାଯାଇଥିଲା ଯେ ଯେଉଁ କାରଣରୁ ସେ କ୍ରୋଧିତ ହୋଇଗଲେ ଏବଂ ୟୁଜରଙ୍କୁ କଡଂ ଜବାବ୍‌ ଦେଇଥିଲେ।

ilianan dicrujୟୁଜର ପଚାରିଥିଲେ ଯେ ‘ନିଜ କୁମାରିତ୍ୱ ବା ଭର୍ଜିନିଟୀ କେବେ ହରାଇଥିଲ ? ଏହି ପ୍ରଶ୍ନରେ ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଜବାବ ଦେଇ ଲେଖିଲେ ‘ତୁମ ମା କଣ କହିବେ’। ସେହପରି ଇନଷ୍ଟା ଷ୍ଟୋରୀରେ ଏହି ପ୍ରଶ୍ନ ଉତ୍ତର କାଯ୍ୟର୍କ୍ରମର ଏକ ଫଟୋ ମଧ୍ୟ ଇଲିଆନା ସେୟାର କରିଛନ୍ତି।

ଇଲିଆନାଙ୍କ ଆଗାମୀ ଫିଲ୍ମ ବିଷୟରେ କହିବା ତ ତାଙ୍କର ଆଗାମୀ ଫିଲ୍ମ ହେଉଛି ପାଗଲପନ୍ତି। ଏହି ଫିଲ୍ମରେ ଇଲିଆନାଙ୍କ ସହିତ ଜନ୍‌ ଆବ୍ରାହମ, ଅନିଲ କପୁର, ଅରସଦ ଓ୍ଵାରସୀ ଏବଂ ପୁଲକିତ ସମ୍ରାଟ ନଜର ଆସିବେ। ଫିଲ୍ମ ନଭେମ୍ବର ୮ରେ ରିଲିଜ୍‌ ହେବ।

ଏହାସହ ପଢନ୍ତୁ : ରାନୁ ମଣ୍ଡଳଙ୍କ ନୂଆ ଅନ୍ଦାଜ୍, ନିଜର ତୃତୀୟ ବଲିଉଡ୍ ଗୀତରେ ଦେଖାଇଲେ ଜଲୱା !

ଏହା ପ୍ରଥମ ଘଟଣା ନୁହେଁ ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁଜର କୌଣସି ସେଲିବ୍ରିଟୀଙ୍କୁ ଏମିତି ପ୍ରଶ୍ନ ପଚାରିବା। ଏହାପୂର୍ବରୁ ଟାଇଗର ଶ୍ରଫ ମଧ୍ୟ ଏମିତି ଏକ କାଯ୍ୟର୍କ୍ରମ ରଖିଥିଲେ ଯେଉଁଥିରେ ତାଙ୍କର ଜଣେ ୟୁଜର ଠିକ୍‌ ଏମିତି ହିଁ ପ୍ରଶ୍ନ ପଚାରିଥିଲେ। ଟାଇଗର ମଧ୍ୟ ତାଙ୍କୁ ଉତ୍ତରରେ କହିଥିଲେ ‘ବେସରମ ମୋ ବାପା ମା ଫଲୋ କରୁଛନ୍ତି ମୋତେ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.