ଫେବୃଆରୀ ୨୧ରେ ବାହା ହେବେ ଫରହାନ ଅଖତର, ଗ୍ରାଣ୍ଡ ପାର୍ଟି ନୁହେଁ ଦୁହେଁ କରିବେ କୋର୍ଟ ମ୍ୟାରେଜ

ବି ଟାଉନରେ ଏବେ ବିବାହ ଋତୁ ଚାଲିଛି। ବିକ୍କି କ୍ୟାଟ୍‌ଙ୍କ ପରେ ପୁଣି ଆଉ ଦୁଇ ଜଣ ଚର୍ଚ୍ଚିତ ଯୋଡି ବିବାହ କରିବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି, ପୁଣି ଥରେ ହାତକୁ ଦି ହାତ ହେବେ ଅଭିନେତା ଫରହାନ୍‌ ଅଖତର । ଦ୍ୱିତୀୟ ଥର ପାଇଁ ସାଜିବେ ବର। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କର ଧରିବେ ହାତ । ଏନେଇ ବି-ଟାଉନ୍‌ରେ ଜୋ ସୋର୍‌ରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପିଙ୍କଭିଲ୍ଲାର ରିପୋର୍ଟ ଅନୁସାରେ, ଆସନ୍ତା ଫେବ୍ରୁଆରୀ ୨୧ରେ ଫରହାନ ଓ ଶିବାନୀ ବିବାହ କରିବେ ତେବେ ଉଭୟ କୌଣସି ଗ୍ରାଣ୍ଡ ବିବାହ କରିବେ ନାହିଁ। କରୋନା ଯୋଗୁଁ ମୁମ୍ବାଇର ଏକ କୋର୍ଟରେ ଦୁହେଁ ରେଜିଷ୍ଟ୍ରି ମ୍ୟାରେଜ୍‌ କରିବେ। ତାଙ୍କ ବିବାହର ପାର୍ଟି ମଧ୍ୟ ଆୟୋଜନ ହେବ କିନ୍ତୁ ଏଥିରେ କେବଳ ତାଙ୍କ ପରିବାର ଲୋକେ ଓ ନିକଟ ସମ୍ପର୍କୀୟ ହିଁ ସାମିଲ ହେବେ। ଏନେଇ ଦୁହେଁ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି।

ଫରହାନ୍‌ ଅଖତର ଓ ଶିବାନୀ ଦାଣ୍ଡେକର ଉଭୟ ପରସ୍ପରକୁ ଦୀର୍ଘ ୩ ବର୍ଷ ହେଲା ଡେଟ୍‌ କରୁଛନ୍ତି। ଦୁହିଁଙ୍କୁ ଲଗାତାର ପାର୍ଟି ହେଉ ଅବା କୌଣସି ଫଙ୍କସନ୍‌ ଏକାଠି ନଜର ଆସନ୍ତି। କେବଳ ସେତିକି ନୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ପରସ୍ପରର ଫଠୋ ସେୟାର କରନ୍ତି। ନିକଟରେ ଏହି ଷ୍ଟାର ଯୋଡି ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ଯାହା ଭାଇରଲ ହୋଇଥିଲା।

ସୂଚନାଯୋଗ୍ୟ ଯେ ଫରହାନ ଅଫତର ୨୦୦୦ ମସିହାରେ ଅଧୁନା ଭବାନୀଙ୍କୁ ପ୍ରଥମ ବିବାହ କରିଥିଲେ। ଉଭୟେ ୩ ବର୍ଷ ଯାଏଁ ରିଲେସନ୍‌ସିପ୍‌ରେ ଥିଲେ। ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ୨ଟି ପିଲା ବି ଅଛନ୍ତି। ୨୦୧୬ ମସିହାରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲ।। ଫଳରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା। ପିଲାଙ୍କ କଷ୍ଟଡି ଏବେ ଅଧୁନା ଭବାନୀଙ୍କ ପାଖରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.