ଆଜି ଘରେ ବନାଇ ଖାଆନ୍ତୁ ପାନମଧୁରୀ ପନିର ପରଟା, ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର

ଆବଶ୍ୟକ ସାମଗ୍ରୀ
ପନିର
ଅଟା
ଲୁଣ
ଲଙ୍କା ପାଉଡର
ପାନମଧୁରୀ
ଗୋଲମରିଚ ପାଉଡର
ଜୁଆଣି
ଆମଚୁର ଏବଂ ଗରମ ମସଲା ପାଉଡର
କଞ୍ଚା ଲଙ୍କା
ପ୍ରସ୍ତୁତି ପ୍ରଣାଳୀ
ପନିର ପରଟା ବନାଇବା ପାଇଁ ଷ୍ଟଫିଙ୍ଗ ପ୍ରସ୍ତୁତ କରିବାକୁ ପଡିବ। ଏଥିପାଇଁ ପନିରକୁ କଦ୍ଦୁକସ କରିଦିଅନ୍ତୁ। ଏହାପରେ ଏଥିରେ ଲୁଣ, ଲଙ୍କା ପାଉଡର, ପାନମଧୁରୀ, ଗୋଲମରିଚ ପାଉଡର, ଜୁଆଣି, ଅମଚୁର ପାଉଡର ଏବଂ ଗରମ ମସଲାକୁ ମିଶାଇ ଏହାକୁ ଚାମଚ ସାହାଯ୍ୟରେ ମିକ୍ସ କରିଦିଅନ୍ତୁ। ଏଥିରେ ଧନିଆପତ୍ର ପକାନ୍ତୁ। ଏବେ ଆପଣଙ୍କର ଷ୍ଟଫିଙ୍ଗ ବା ପୂର ପ୍ରସ୍ତୁତ ହୋଇଯାଇଛି। ଏବେ ଅଟାର ଗୋଲା ନେଇ ଏହି ମିଶ୍ରଣକୁ ଭରି ଦିଅନ୍ତୁ। ଏବେ ଆଞ୍ଚରେ ତାୱା ବସାଇ ଭଲ ଭାବେ ପରଟାର ଦୁଇ ପାଖକୁ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପାନମଧୁରୀ ପନିର ପରଟା।