ନିର୍ଭୟା ହତ୍ୟାକାଣ୍ଡ ଉପରେ ଆଧାରିତ ଫିଲ୍ମ ‘ଦିଲ୍ଲୀ ବସ’ର ଟ୍ରେଲର ହେଲା ରିଲିଜ୍

ମୁମ୍ବାଇ : ଆଜିକୁ ନିର୍ଭୟା ହତ୍ୟାକାଣ୍ଡକୁ ପୂରିଲା ଠିକ୍ ପାଞ୍ଚ ବର୍ଷ। ଏବେ ମଧ୍ୟ ଘଟଣାଟି ବିଷୟରେ ଭାବିଲେ ଲୋମଟାଙ୍କୁରୀ ଉଠେ।ଆପଣ ଜାଣି ଖୁସି ହେବେ, ସେହି ଲୋମହର୍ଷଣକାରୀ ଘଟଣା ଉପରେ ଅଧାରିତ ଫିଲ୍ମ ଦିଲ୍ଲୀ ବସର ଟ୍ରେଲର ଆଜି ହୋଇଛି ରିଲିଜ୍। ଫିଲ୍ମଟି ୨୫ ଜାନୁଆରୀରେ ରିଲିଜ୍ ହେବାକୁ ଥିବା ବେଳେ ଏବେଠୁ ଏହା ରହିଛି ଚର୍ଚ୍ଚାରେ।

rape

ଫିଲ୍ମ ଦିଲ୍ଲୀ ବସର ନିର୍ଦ୍ଦେଶନା ଦାୟିତ୍ବ ଶରୀକ ମିନ୍ହାଜ୍ ନେଇଥିବା ବେଳେ କାହାଣୀଟି ପୀଡ଼ିତା ନିର୍ଭୟାଙ୍କୁ ଶର୍ଦ୍ଧାଞ୍ଜଳୀ ଦେବା ପାଇଁ ପ୍ରସ୍ତୁତ କରାଯାଇଛି। ତେବେ ଫିଲ୍ମର ଟ୍ରେଲର ରିଲିଜ୍ ସମୟରେ ନିର୍ଦ୍ଦେଶକ କହିଛନ୍ତି, ଦେଶରେ ମହିଳାଙ୍କ ବିରୁଦ୍ଧରେ ବଢ଼ୁଥିବା ଅତ୍ୟାଚାର ଏକ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।

ଏଣୁ ଆମେ ଏହି ସମାଜରେ ଘଟିଥିବା ଏକ ଘଟଣାକୁ କେନ୍ଦ୍ର କରି ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଚେଷ୍ଠା କରିଥିବା ବେଳେ ଏହା ଦ୍ବାରା ଲୋକଙ୍କ ମନରେ କିଛିଟା ପରିବର୍ତ୍ତନ ଘଟିବ ଆଶା କରୁଛୁ। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଭାବେ ଦିବ୍ୟା ସିଂ, ନିଲିମା ଅଜିମ୍, ସଂଞ୍ଜୟ ସିଂ ଆଦି କଳାକାର ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.