ବାର୍ଦ୍ଧକ୍ୟ ଭୟ ନେଲା ଜୀବନ

ବାର୍ଦ୍ଧକ୍ୟ ଅବସ୍ଥାରେ କଷ୍ଟ ଦେଖିବାକୁ ଚାହୁଁ ନଥିଲେ । ତେଣୁ ଆପଣେଇନେଲେ ଆତ୍ମହତ୍ୟାର ପନ୍ଥା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଗୋଷାଣୀନୂଆଗାଁରେ । ଅଜିତ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ୫୨ ବର୍ଷୀୟ ଅଜିତ ବ୍ରହ୍ମପୁର ରୟାଲ ଫର୍ମାସୀ କଲେଜରେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ ।

ତେବେ ଆତ୍ମହତ୍ୟା ନେଇ ସେ ଏକ ସୁଇସାଇଡାଲ ନୋଟ୍ ଲେଖି ଛାଡିଯାଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ମୁଁ ମୋ ନିଜ ମାର ବାର୍ଦ୍ଧକ୍ୟ ଅବସ୍ଥା ଦେଖିଛି । ଯେଉଁଥିପାଇଁ ଭୟ କରୁଛି । ତେଣୁ ମୁଁ ଆତ୍ମହତ୍ୟାର ପନ୍ଥା ଆପଣାଉଛି । ଏହା ଲେଖାକୁ ସେ ତାଙ୍କ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି ।

letterକେବଳ ସେତିକି ନୁହେଁ ନିଜ କଲେଜର ପ୍ରିନ୍ସିପାଲ ଏବଂ ସ୍ଥାନୀୟ ଏସପିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଯେଉଁଥିରେ ନିଜର ସମସ୍ତ ସମ୍ପତ୍ତି ଭାଇ ରବିନ୍ଦ୍ର କୁମାର ପଣ୍ଡାଙ୍କୁ ହସ୍ତାନ୍ତର କରିବା କଥା କହିଛନ୍ତି । ତେବେ କଲେଜର ପ୍ରିନ୍ସିପାଲଙ୍କ ଲେଖିଥିବା ଚିଠିରେ ଦୁଇଟି ଭୁଲ୍ କରିବା କଥା ଉଲ୍ଲେଖ କରିଛନ୍ତି । ଦ୍ବିତୀୟ ଭୁଲଟି ଆତ୍ମହତ୍ୟା ହୋଇଥିବା ବେଳେ ଏସଓଏ ରେ ହୋଇଥିବା ଘଟଣାଟି ହେଉଛି ପ୍ରଥମ ଭୁଲ୍ । ଯେଉଁଥି ପାଇଁ ଏହା ଏକ ଆତ୍ମହତ୍ୟାର ନାଁ ଆଉ କିଛି ବୋଲି ସନ୍ଦେହ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.