ଅସୁସ୍ଥ ମଣିରତ୍ନମ, ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ

ଅସୁସ୍ଥ ମଣିରତ୍ନମ୍ । ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ । ମଣିରତ୍ନମଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଦୀର୍ଘ ଦିନ ଧରି ହୃଦ ଜନିତ ସମସ୍ୟାରେ ପୀଡିତ ଥିଲେ । ତେବେ ଏହାକୁ ମିଶାଇ ଚତୁର୍ଥ ଥର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୦୦୪ରେ ତାଙ୍କୁ ପ୍ରଥମ ଥର ପାଇଁ ହାର୍ଟଆଟାକ୍ ହୋଇଥିଲା ।

ସୂଚନାଯୋଗ୍ୟ ବଲିଉଡ୍ ବ୍ୟତୀତ ସାଉଥରେ ମଧ୍ୟ ବେଶ୍ ଲୋକପ୍ରିୟ ନିର୍ଦ୍ଦେଶକ ମଣିରତ୍ନମ୍ । ବମ୍ବେ, ଦିଲ୍ ସେ, ୟୁବା, ଗୁରୁ ଏବଂ ରାବଣ ଭଳି ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ମଣିରତ୍ନମ୍ । ବର୍ତ୍ତମାନ ସେ ଐତିହାସକ ତାମିଲ୍ ନୋବେଲ୍ ପୋନ୍ନିୟିନ ସେଲଭମ୍ ଉପରେ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଏହା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ । ଯାହା ଆସନ୍ତା ବର୍ଷ ରିଲିଜ୍ ହେବ । ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି ଅନୁଷ୍କ ସେଟ୍ଟି ଏବଂ ଐଶ୍ବର‌୍ୟ୍ୟା ରାୟ ବଚ୍ଚନ । ମିଳିଥିବା ଖବର ଅନୁସାରେ, ଫିଲ୍ମ ବାହୁବଳୀଠୁ ବି ବଡ଼ ହେବ ମଣିରତ୍ନମଙ୍କ ଏହି ସିନେମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.