ଆର୍ଟିକଲ୍-୩୭୦ ଟାଇଟଲ୍ ରେଜିଷ୍ଟର କରିବାକୁ ଫିଲ୍ମ ମେକର୍ସଙ୍କ ଭିତରେ ଟଣାଓଟରା
ଭାରତୀୟ ବାୟୁ ସେନା ଉପରେ ପୁଲୱାମା ଅତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏହାର ତୁରନ୍ତ ପରେ ବଲିଉଡ୍ ପ୍ରଡ୍ୟୁସର ମାନେ ତୁରନ୍ତ ଇଣ୍ଡିଆନ ମୋସନ୍ ପିକଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍,ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଫିଲ୍ମ ଟିଭି ପ୍ରଡ୍ୟୁସର୍ସ କାଉନସିଲ୍ ଅଫିସକୁ ଦୌଡିବାକୁ ଲାଗିଥିଲେ ଟାଇଟଲ୍ ରେଜିଷ୍ଟର କରିବା ପାଇଁ । ଏବେ ପୁଣି ସେହି ପରିସ୍ଥିତି ଦେଖିବାକୁ ମିଳିଛି ।
ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଫିଲ୍ମ ପ୍ରଡ୍ୟୁସରଙ୍କ ଏପରି କିଛି ରିଆକ୍ସନ୍ ସାମ୍ନାକୁ ଆସିଛି। ଗତ ଦୁଇ ଦିନ ଭିତରେ ବିଭିନ୍ନ ହିନ୍ଦି ଫିଲ୍ମ ସଂସ୍ଥା ମାନେ ପାଖାପାଖି ୫୦ରୁ ଅଧିକ ଟାଇଟଲ୍ ରେଜିଷ୍ଟର କରିସାରିଲେଣି । ସୂଚନା ମୁତାବକ ଫିଲ୍ମ ଆର୍ଟିକିଲ୍ ୧୫ର ସଫଳତା ପରେ ଆର୍ଟିକିଲ୍ ୩୭୦ ଏବଂ ୩୫ଏ ପରି ଟାଇଟଲ୍ ଫିଲ୍ମ ମେକର୍ସ ମାନଙ୍କର ପ୍ରଥମ ପସନ୍ଦ ହୋଇଛି । ଯାହାଫଳରେ ଆସୋସିଏନ୍ କୁ ଏ ସମ୍ବନ୍ଧିତ ୨୫-୩୦ ଆପ୍ଳିକେସନ୍ ମିଳିସାରିଛି।
ଏହାସହ ପଢନ୍ତୁ : ‘ଟାଇଗର ଜିନ୍ଦା ହୈ’ରେ ଅସଲି ହିରୋ ସଲମାନ ନୁହେଁ, ସୁଷମା ଥିଲେ, ଜାଣନ୍ତୁ କିପରି ଥିଲା ସଂଯୋଗ
ଏହି ଦୌଡରେ କିଛି ବଡ ବଡ ପ୍ରଡକ୍ସନ୍ ହାଉସ୍ ମଧ୍ୟ ସାମିଲ୍ ଅଛନ୍ତି । ଯେଉଁମାନେ ବହୁତ ଶିଘ୍ର ପରମିସନ୍ ମିଳିବାର ଅପେକ୍ଷା କରିଛନ୍ତି । ପରମିସନ୍ ମିଳିବାପରେ ସେମାନେ ତୁରନ୍ତ ଫିଲ୍ମ ଉପରେ ରିସର୍ଚ କରି କାଷ୍ଟ ଫାଇନାଲ୍ କରିବେ । ଏପରି ପିଏମ୍ ନରେନ୍ଦ୍ର ମୋଦିଙ୍କର ବାୟୋପିକ୍ କରିଥିବା ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ୍ କହିଛନ୍ତି କି, ସେ ଏକ ମାସ ପୂର୍ବରୁ ଆର୍ଟିକିଲ୍ ୩୭୦ ଏବଂ ୩୫ଏ ଟାଇଟଲ୍ ରେଜିଷ୍ଟର କରିଦେଇଛନ୍ତି । ସେ କହିଛନ୍ତି କି, ଏହି ମୁଦ୍ଦା ଉପରେ ସେ ବହୁତ ରିସର୍ଚ କରିଛନ୍ତି କିନ୍ତୁ ଏବେ ମୋଦି ସରକାରଙ୍କ ନିଷ୍ପତ୍ତି ପରେ ତାଙ୍କୁ ଏକ ଭଲ କ୍ଳାଇମାକ୍ସ ମିଳିଯାଇଛି ।