ଭୋଜପୁରି ଅଭିନେତ୍ରୀ ମୃତ୍ୟୁ ମାମଲା :  ଭୋଜପୁରୀ ଗାୟକ ଓ ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ କଲେ ଅଭିନେତ୍ରୀଙ୍କ ମା’

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲାରେ ଭୋଜପୁରି ଗାୟକ ସମର ସିଂହ ଓ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଅଭଯୋଗ ହୋଇଛି । ଗାୟକ ସମର ସିଂହ ତାଙ୍କ ଭାଇ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି ଅଭିନେତ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି ।

ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତ୍ୟୁ ମାମଲାରେ ଭୋଜପୁରି ଗାୟକ ସମର ସିଂହ ଓ ତାଙ୍କ ଭାଇଙ୍କ ବିରୋଧରେ ଥାନାରେ ଅଭଯୋଗ ହୋଇଛି । ଗାୟକ ସମର ସିଂହ ତାଙ୍କ ଭାଇ ଅଭିନେତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ବୋଲି ଅଭିନେତ୍ରୀଙ୍କ ମା’ ଅଭିଯୋଗ କରିଛନ୍ତି । ଅଭିନେତ୍ରୀଙ୍କ ରୁମରୁ ଯଦିଓ କୌଣସି ସୁଇସାଇଡ ନୋଟ୍‌ ମିଳିନାହିଁ, ତେବେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୋଲିସ କହିଛି । ଅଭିନେତ୍ରୀଙ୍କ ଘର ଉତ୍ତର ପ୍ରଦେଶର ଭଦୋହି ଜିଲ୍ଲାରେ ।

ଅଭିନେତ୍ରୀ ବାରାଣସୀକୁ ଫିଲ୍ମ ସୁଟିଂ ପାଇଁ ଆସିଥିଲେ । ତେବେ ରବିବାର ସକାଳେ ଡେରି ସମୟ ଯାଏ ଅଭିନେତ୍ରୀ ରୁମ ନ ଖୋଲିବାରୁ ହୋଟେଲ କର୍ମଚାରୀ ମାଷ୍ଟର କି ଦ୍ୱାରା ରୁମ ଖୋଲି ତାଙ୍କୁ ମୃତ ଦେଖବାକୁ ପାଇଥିଲେ ବୋଲି ପୋଲିସ କହିଛି । ଅଭିନେତ୍ରୀ ବହୁ ଆଞ୍ଚଳିକ ଫିଲ୍ମରେ ଅଭିନୟ କରିଛନ୍ତି । କସମ ପାଇଦା କରନେ ଓ୍ଵାଲେ କି ୨, ମୁଝସେ ସାଦି କରୋଗୀ(ଭୋଜପୁରୀ) ଓ ବୀର କି ବୀର ଆଦି ଫିଲ୍ମରେ ଅଭିନୟ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.