ପୁଣି ବଢ଼ିଲା ଗୌହର ଖାନ୍‌ଙ୍କ ସମସ୍ୟା, ୨ ମାସ ପାଇଁ ଇଣ୍ଡଷ୍ଟ୍ରୀରୁ ବ୍ୟାନ୍‌ କଲା FWICE

ପୁଣି ବଢ଼ିଲା ଗୌହର ଖାନ୍‌ଙ୍କ ସମସ୍ୟା। କରୋନା ପଜିଟିଭ୍‌ ହୋଇଥିବା ସତ୍ତ୍ୱେ କ୍ୱାରେଣ୍ଟାଇନ୍‌ରେ ନ ରହି ସୁଟିଂ କରିଥିବାରୁ ଗତ କାଲି ମୁମ୍ବାଇ ପୋଲିସ ତାଙ୍କ ନାଁରେ ମାମଲା ରୁଜୁ କରିବା ପରେ ଏବେ ଗୌହରଙ୍କୁ ବ୍ୟାନ୍‌ କରିଛି ସିନେ ଇଣ୍ଡଷ୍ଟ୍ରୀ।

ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲଇଜ୍‌ (FWICE) ଗୌହର ଖାନ୍‌ଙ୍କର ଏହି ଦାୟିତ୍ୱହୀନତା ପାଇଁ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। FWICE ଗୌହରଙ୍କୁ ଦୁଇ ମାସ ପାଇଁ ଇଣ୍ଡଷ୍ଟ୍ରୀରୁ ବ୍ୟାନ୍‌ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ FWICE ର ଅଧ୍ୟକ୍ଷ ବି.ଏନ୍‌ ତିଓ୍ଵାରୀ କହିଛନ୍ତି, କରୋନା ପଜିଟିଭ୍‌ ହୋଇଥିବା ଜାଣିବା ସତ୍ତ୍ୱେ ଗୌହର ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବା ନିୟମ ଉଲ୍ଲଂଘନ କରିବା ତାଙ୍କ ଦାୟିତ୍ୱ ହୀନତାର ପ୍ରମାଣ ଦେଉଛି। ତାଙ୍କ ଯୋଗୁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହେବା ଆଶଙ୍କା ରହିଛି। ଏହି କାର୍ଯ୍ୟ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ଗୌହର ଖାନ୍‌ଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଗୌହର କରୋନା ସଂକ୍ରମିତ ହୋଇଥିଲେ ମଧ୍ୟ ନିୟମ ପାଳନ ନ କରି ସୁଟିଂ କରୁଥିଲେ। ବିଏମ୍‌ସି କର୍ମଚାରୀ ତାଙ୍କ ଘରେ ଚେକ୍‌ କରିବାକୁ ଯାଇଥିବା ବେଳେ ସେ ସେଠାରେ ନଥିବା ଜାଣିବାକୁ ପାଇଥିଲେ। ପରେ ତାଙ୍କ ନାଁରେ ପୋଲିସ କେସ୍‌ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.