ଆର୍ଯ୍ୟନ ନଫେରିବା ଯାଏଁ ଘରେ କେହି ଖାଇବେନି ମିଠା, କିଚେନ ଷ୍ଟାଫଙ୍କୁ ନିର୍ଦ୍ଦେଶ ଦେଲେ ଗୌରୀ

ଶାହରୁଖ ଖାନ ଓ ଗୌରୀ ଖାନଙ୍କ ଗେଲ୍ହା ପୁଅ ଆର୍ଯ୍ୟନ ଖାନ ଅକ୍ଟୋବର ୨  ତାରିଖ ଠାରୁ ନିଜ ଘରକୁ ହିଁ ଫେରିନାହାନ୍ତି । ଡ୍ରଗ୍ସ ମାମଲାରେ ଫସିବା କାରଣରୁ ସେବେଠାରୁ ହିଁ ଜେଲରେ ଅଛନ୍ତି ଆର୍ଯ୍ୟନ । ବେଲ ମିଳିବା ନେଇ ଆର୍ଯ୍ୟନଙ୍କ ଓକିଲ ପ୍ରାଣପଣେ ଚେଷ୍ଟା କରି ଆସୁଥିଲେ ମଧ୍ୟ ଏଯାବତ ଆର୍ଯ୍ୟନଙ୍କୁ ବେଲ ମିଳିପାରିନାହିଁ । ତାଙ୍କ ଶୁଣାଣି ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବାରୁ ସେ ବୁଧବାର ପର୍ଯ୍ୟନ୍ତ ଜେଲ ରହିବେ ବୋଲି ଜଣାଯାଇଛି । ପୁଅର ଏପରି ଅବସ୍ଥାରେ ଆର୍ଯ୍ୟନଙ୍କ ପିତା ମାତା ଶାହରୁଖ ଓ ଗୌରୀଙ୍କ ନିଦ ଯେମିତି ହଜିଗଲାଣି । ପୁରା ଘର ଏବେ ଯେମିତି ଏକ ପ୍ରକାର ଗୁମସୁମ ହୋଇଯାଇଛି । କାହା ମୁହଁରେ ଆଉ ହସ ନାହିଁ । ଖାନ ପରିବାରରେ ଏବେ କୌଣସି ବି ପର୍ବପର୍ବାଣି କିମ୍ବା ଜନ୍ମଦିନ ପାଳନ କରାଯାଉନାହିଁ । ସମସ୍ତେ ଯେମିତି ଆର୍ଯ୍ୟନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।

ଶେଷ ସୂତ୍ରରୁ ଜଣାଯାଇଛିଯେ ନିଜ ଘରର କିଚେନ ଷ୍ଟାଫ ମାନଙ୍କୁ ଗୌରୀ କଡା ଶବ୍ଦରେ ମନାକରି ଦେଇଛନ୍ତିକି ଯେ ପର୍ଯ୍ୟନ୍ତ ତାଙ୍କ ପୁଅ ଜେଲରୁ ଘରକୁ ନ ଫେରିଛି ସେପର୍ଯ୍ୟନ୍ତ କୌଣସି ପ୍ରକାର ମିଠା ଜିନିଷ ପ୍ରସ୍ତୁତ କରାଯିବ ନାହିଁ | ଥରେ ଲଞ୍ଚ ମେନ୍ୟୁରେ ଖିରି ହୋଇଥିବା ଶୁଣି ଗୌରୀ ଖୁବ ଜୋରରେ ରାଗି ଯାଇଥିଲେ । ଆଉ ସମସ୍ତ ଷ୍ଟାଫଙ୍କୁ ଡାକିକି ଏହି ନିର୍ଦ୍ଦେଶ ଜାରି କରିଥିଲେ । ଯେବେକି ଅନ୍ୟ ଏକ ସମ୍ବାଦସଂସ୍ଥା ପକ୍ଷରୁ ମିଳିଥିବା ଖବର ଅନୁଯାୟୀ ଖାନ ଦମ୍ପତ୍ତି ଏବେ ଜମା ବି ସେଲିବ୍ରେସନ ମୁଡ଼ରେ ନାହାନ୍ତି । ନଚେଇ ଇଦ ହେଉ କିମ୍ବା ଦୀପାବଳି ସମସ୍ତ ଅବସରରେ “ମନ୍ନତ” (ଶାହରୁଖ ରହୁଥିବା ଘର)କୁ ଏକ ନବବଧୂ ଭାବରେ ସଜ୍ଜା ଯାଇଥାଏ । କିନ୍ତୁ ଏଥର ସେମିତି କିଛି ବି ଦେଖିବାକୁ ମିଳିନି । କିନ୍ତୁ ନବରାତ୍ରି ଅବସରରେ ପୁଅର ଶୁଭ ମନାସି, ସେ କେମିତି ଜେଲରୁ ଖୁବ ଶୀଘ୍ର ଫେରିଆସିବେ ସେ ନେଇ ଗୌରୀ ବ୍ରତ ଆଦି ରଖିଥିବା ନେଇ ବିଶେଷ ଖବରରୁ ଜଣାପଡିଥିଲା ।

ପରିବାରର ନିକଟତମ ସମ୍ପର୍କୀୟଙ୍କ ଅନୁଯାୟୀ ବର୍ତ୍ତମାନ ସମୟରେ ଗୌରୀ ଖୁବ ଚିନ୍ତାରେ ଥିବାବେଳେ ଅନ୍ୟମାନଙ୍କୁ ପୁଅ ପାଇଁ ପ୍ରାର୍ଥନା କରିବାକୁ ନିବେଦନ ମଧ୍ୟ କରିଛନ୍ତି । ଅନ୍ୟ ପକ୍ଷରେ “ମନ୍ନତ”କୁ ସେଲିବ୍ରିଟି ମାନଙ୍କୁ ନ ଆସିବାକୁ ବି ନିବେଦନ କରିଛନ୍ତି ଶାହରୁଖ । ସିଧାସଳଖ ବଦଳରେ ସାଙ୍ଗ ମାନଙ୍କ ସହ ଫୋନ ଯୋଗେ ହିଁ କଥା ହେବାକୁ ଚେଷ୍ଟା କରୁଛନ୍ତି ଶାହରୁଖ । ସୂଚନା ଦେବା ଉଚିତ ହେବକି, ଆସନ୍ତା ୨୦ ତାରିଖରେ ପୁଣି ଥରେ ଆର୍ଯ୍ୟନଙ୍କ ଜାମିନ ଶୁଣାଣି ହେବ । ଗତ ଶୁଣାଣି ସମୟରେ ଦୁଇ ପକ୍ଷର ଦାବି ଶନି ଜଜ ମାମଲାକୁ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । ଆର୍ଯ୍ୟନଙ୍କ ବେଲ ପାଇଁ ଆସିଥିବା ବେଳେ କାନ୍ଦୁଥିବା ଅବସ୍ଥାରେ ଫେରୁଥିବା ନେଇ ଗୌରୀଙ୍କୁ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.