ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ତିନିଜଣ HDFC ବ୍ୟାଙ୍କ କର୍ମଚାରୀ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କହିଛି ଯେ ବହୁ ଉଚ୍ଚ ମୂଲ୍ୟର NRI ଆକାଉଣ୍ଟରୁ ଅନାଧିକୃତ ପ୍ରତ୍ୟାହାର କରିବାକୁ ଚେଷ୍ଟା କରି ତିନିଜଣ HDFC ବ୍ୟାଙ୍କ କର୍ମଚାରୀଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି। ସ୍ପେଶାଲ୍ ସେଲ୍ ର ସାଇବର କ୍ରାଇମ୍ ୟୁନିଟ୍ ସୂଚନା ଦେଇଛି ଯେ ଏହି ଗ୍ରୁପ୍ ଦ୍ୱାରା ଉଚ୍ଚ ମୂଲ୍ୟର NRI ଆକାଉଣ୍ଟରେ ଅନାଧିକୃତ ଅନଲାଇନ କାରବାରର କରିବା ପାଇଁ 66ଟି ପ୍ରୟାସ କରାଯାଇଥି। କେବଳ ସେତିକି ନୁହେଁ ସେମାନେ KYC ରେ ପଞ୍ଜୀକୃତ ହୋଇଥିବା ଆକାଉଣ୍ଟଧାରୀଙ୍କ ଆମେରିକାର ମୋବାଇଲ୍ ନମ୍ବର ସହିତ ସମାନ ଏକ ଭାରତୀୟ ମୋବାଇଲ୍ ଫୋନ୍ ନମ୍ବର ମଧ୍ୟ କ୍ରୟ କରିଥିଲେ।
ଦିଲ୍ଲୀ ପୋଲିସର ସୂଚନାନୁସାରେ, ଏଚଡିଏଫସି ବ୍ୟାଙ୍କ ସ୍ପେଶାଲ ସେଲର ସାଇବର କ୍ରାଇମ ୟୁନିଟରେ ଏକ ଅଭିଯୋଗ ଦାଖଲ କରିଥିଲା ଯେଉଁଥିରେ ଗୋଟିଏ ଏନଆରଆଇ ବ୍ୟାଙ୍କ ଆକାଉଣ୍ଟରେ ଅନେକ ଅନାଧିକୃତ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଉଦ୍ୟମ କରାଯାଇଥିଲା । ଏଥିସହିତ ଜାଲିଆତି ହୋଇଥିବା ଚେକ୍ ବୁକ୍ ବ୍ୟବହାର କରି ସମାନ ଆକାଉଣ୍ଟରୁ ନଗଦ ଟଙ୍କା ଉଠାଇବାକୁ ଚେଷ୍ଟା କରାଯାଇଥିଲା। ଦିଲ୍ଲୀ ପୋଲିସ ଏକ ବିବୃତ୍ତିରେ କହିଛି ଯେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଆମେରିକୀୟ ମୋବାଇଲ୍ ନମ୍ବର ଓ ଭାରତୀୟ ମୋବାଇଲ୍ ନମ୍ବରକୁ ବଦଳାଇ ସମାନ ବ୍ୟାଙ୍କ ଆକାଉଣ୍ଟ୍ର KYC ରେ ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବାକୁ ଚେଷ୍ଟା କରାଯାଇଥିଲା।
ଅନ୍ୟପଟେ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ କହିଛି ଯେ ଏକ ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ବୈଷୟିକ ଏବଂ ମାନବୀୟ ବୁଦ୍ଧି ଆଧାରରେ ଅପରାଧୀଙ୍କୁ ଚିହ୍ନଟ କରିବାକୁ ଦାୟୀତ୍ୱ ଦିଆଯାଇଛି । ସୂଚନା ଅନୁସାରେ ବୈଷୟିକ ପ୍ରମାଣ ଓ ମାନବ ବୁଦ୍ଧି ଆଧାରରେ ଏକାଧିକ ସ୍ଥାନର ଚିହ୍ନଟ କରାଯାଇଥିଲା। ମୋଟାମୋଟି ଭାବେ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶର 20 ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଅନୁସନ୍ଧାନ ଏଥିରେ ସମ୍ପୃକ୍ତ ଥିବା ୧୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୧୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 3 ଜଣ ହେଉଛନ୍ତି HDFC ବ୍ୟାଙ୍କ କର୍ମଚାରୀ, ଯେଉଁମାନେ ଚେକ୍ ବୁକ୍ ପ୍ରଦାନ, ମୋବାଇଲ୍ ଫୋନ୍ ନମ୍ବର ଅପଡେଟ୍ କରିବା ଏବଂ ଆକାଉଣ୍ଟ ଖାତାରୁ ଋଣକୁ ଫ୍ରିଜ୍ ହଟାଇବାରେ ଜଡିତ ଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି।