ହାପି ବାର୍ଥ ଡେ’ ଗୋବିନ୍ଦା, ୫୮ ବର୍ଷରେ ପାଦ ରଖିଲେ ଛୋଟେ ମିଆଁ

ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ମନରେ ରାଜ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । ଆଜି ଗୋବିନ୍ଦା ୫୮ ବର୍ଷରେ ପାଦ ଦେଇଛନ୍ତି । ଗୋବିନ୍ଦା ଫିଲ୍ମରୁ ଦୂରେଇଯାଇଛନ୍ତି ସତ ହେଲେ ବଲିଉଡରେ ତାଙ୍କ କ୍ରେଜ ଏବେ ବି ରହିଛି । hero no-1 ଗୋବିନ୍ଦା ୯୦ ଦଶକରେ ସେ ଏପରି ଅନେକ କମେଡି ଫିଲ୍ମ କରିଥିଲେ ଯାହାକି ତାଙ୍କ ପ୍ରଶଂସକଙ୍କୁ ହସାଇଥାଏ । ଫିଲ୍ମ ‘କୁଲି ନଂ 1’ ହେଉ କିମ୍ବା ‘ହଦ୍ କର ଦି ଆପ୍ ନେ’ ହେଉ, ଏପରି ଅନେକ ଦୃଶ୍ୟ ଅଛି ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ହସିଥିବେ। ୮୦ ଏବଂ ୯୦ ଦଶକରେ ସେ ଯେଉଁ ଫିଲ୍ମରେ ଅଭିନୟ କରୁଥିଲେ ତାହା ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହେଉଥିଲା । ଏମିତି ବି ସମୟ ଥିଲା ଗୋବିନ୍ଦା ହିଁ ଏକାକୀ ଫିଲ୍ମ ଜଗତରେ ତିନି ଖାନଙ୍କୁ ଟକ୍କର ଦେଇଥିଲେ।

କୁହାଯାଏ ଗୋବିନ୍ଦା ସେହି ସମୟରେ ଯାହା କରୁଥିଲେ ତାହା ଶାହାରୁଖ ଖାନ କିମ୍ବା ଆମିର ମଧ୍ୟ କରିପାରୁନଥିଲେ। ସଲମାନଙ୍କ ଶରୀର ଏବଂ ଅକ୍ଷୟ କୁମାରଙ୍କ କାର୍ଯ୍ୟ ମଧ୍ୟ ଗୋବିନ୍ଦାଙ୍କ ଆଗରେ ଫିକା ପଡିଯାଉଥିଲା। ଗୋବିନ୍ଦାଙ୍କ ଯାତ୍ରା ଏକ ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ । ଗୋବିନ୍ଦା ୨୧ ଡିସେମ୍ବର ୧୯୬୩ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ୨୧ ବର୍ଷ ବୟସରେ, ବାଳକ ଯାହାକୁ କେହି ଜାଣି ନଥିଲେ, କିନ୍ତୁ ୨୨ ବର୍ଷ ବୟସରେ ସେ ୫୦ ଟି ଫିଲ୍ମରେ ସାଇନ୍ କରିଥିଲେ। ଗୋବିନ୍ଦା ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ୧୬୫ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ ତାଙ୍କ ନାମରେ ଅନେକ ଆୱାଡ଼ ମଧ୍ୟ ଜିତିଛନ୍ତି । ସେ ଏହି ଇଣ୍ଡଷ୍ଟ୍ରିକୁ ଅନେକ କିଛି ଦେଇଛନ୍ତି ।

govinda_ bdy

ଫିଲ୍ମରେ ତାଙ୍କୁ ଡ୍ୟାନ୍ସ ଶିଖାଇବାର ଆବଶ୍ୟକତା ପଡି ନଥାଏ । କାରଣ ତାଙ୍କ ଭିନ୍ନ ଶୈଳୀର ଡ୍ୟାନ୍ସ ଓ ଆକ୍ସନ ପାଇଁ ସେ ଅନେକଙ୍କୁ ଦିୱାନା କରିଛନ୍ତି । ଆଉ ତାଙ୍କ ଅଭିନୀତ ଗୀତ ଗୁଡିକ ମଧ୍ୟ ବେଶ ମନଛୁଆଁ । ତାଙ୍କ ଅଭିନୀତ ଗୀତ ଗୁଡିକ ହେଲା ସୁନୋ ମିଆଁ, ଲାଲ ଦୁପଟା ବାଲି, କିସି ଡିସ୍କୋମେଁ ଯାଏଁ, ଓଏ ରାଜୁ, ଆଖିଓଁ ସେ ଗୋଲି ମାରେ ଏମିତି ଆହୁରି ଅନେକ । ଗୋବିନ୍ଦାଙ୍କ ଡ୍ୟାନ୍ସ ଷ୍ଟାଇଲ ଯୋଗୁଁ ସେ ବଲିଉଡରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଏଥିସହିତ ଦୁହ୍ଲେ ରାଜା, ହଦ କରଦି ଆପନେ, ଆଖେଁ, ରାଜା ବାବୁ, ଜୋଡି ନମ୍ବର ୧, ସ୍ୱର୍ଗ, ସୋଲା ଓର ସବନମ, ବଡେ ମିଆଁ ଛୋଟେ ମିଆଁ, କୁଆଁରା ଓ ହିରୋ ନମ୍ବର ୱାନ ଭଳି ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଗୋବିନ୍ଦା ।

ଗୋବିନ୍ଦାଙ୍କ ପିତା ଅରୁଣ କୁମାର ଅହୁଜା ତାଙ୍କ ସମୟରେ ଜଣେ ପ୍ରସିଦ୍ଧ କଳାକାର ଥିଲେ। ସେ ୩୦-୪୦ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ଏଥି ସହିତ ଗୋବିନ୍ଦାଙ୍କ ମାତା ନିର୍ମଳା ଦେବୀ ଜଣେ ଶାସ୍ତ୍ରୀୟ ଗାୟକ ଥିଲେ, ଯିଏ ଚଳଚ୍ଚିତ୍ରରେ ଗୀତ ଗାଉଥିଲେ। ଗୋବିନ୍ଦା ବାଣିଜ୍ୟରେ ସ୍ନାତକ ଏବଂ ଅଭିନେତା ହେବା ପୂର୍ବରୁ ଅନେକ ସ୍ଥାନରେ ଚାକିରି ଖୋଜୁଥିଲେ । ଏହାପରେ ସେ ଫିଲ୍ମରେ ପ୍ରବେଶ କରିଥିଲେ । ‘ତନ ବଦନ’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଏହାପରେ ସେ କେବେ ବି ପଛକୁ ଫେରିନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.