୯୨ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର, ଆଜି ରିଲିଜ୍‌ ହେଉଛି ୨୨ ବର୍ଷ ତଳେ ସୁର ସାମ୍ରାଜ୍ଞୀ ଗାଇଥିବା ଗୀତ

ଆଜି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ନିଜ ୯୨ ତମ ଜନ୍ମ ଦିନ ପାଳନ କରୁଛନ୍ତି। ବଲିଉଡ୍‌ ସମେତ ପାଖାପାଖି ସବୁ ଭାଷାରେ ଗୀତ ଗାଇ ସାରିଥିବା ଲତାଙ୍କୁ କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ସମସ୍ତେ ଚିହ୍ନନ୍ତି। ଆଜି ଲତାଙ୍କ ଜନ୍ମଦିନ ଅବସରରେ ଚାରି ଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଭଳି ଭଳିକି ଉପହାର ମଧ୍ୟ ଦେଉଛନ୍ତି। ଇତିମଧ୍ୟରେ ଲତାଙ୍କୁ ଆଜି ଏକ ଖାସ୍‌ ଉପହାର ମିଳିଛି।

ଲତା ମଙ୍ଗେସକରଙ୍କ ୯୨ ତମ ଜନ୍ମ ଦିନରେ ସେ ଗାଇଥିବା ଗୀତ ରିଲିଜ୍‌ ହେଉଛି। ୨୨ ବର୍ଷ ତଳେ ରେକର୍ଡ କରାଯାଇଥିବା ଏହି ଗୀତ ଗୁଲଜାର ସାହେବ ଲେଖିଥିଲେ ଓ ବିଶାଲ ଭରଦ୍ୱାଜ କମ୍ପୋଜ କରିଥିଲେ। ଗୀତଟି ଏଭଳି ଲେଖାଯାଇଛି ଯେ ଲାଗୁଛି ଯେମିତି ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ତିଆରି ହୋଇଛି। ଗୀତର ବୋଲ ହେଉଛି, ‘ସବ୍‌ କୁଛ ଠିକ୍‌ ହେ ଔର କୁଛ୍‌ ଠିକ୍‌ ନେହିଁ ଲଗତା’।

lata2

ଖାସ୍‌ କଥା ହେଉଛି ଗୁଲଜାର ସାହେବ ଏହି ଗୀତକୁ ଗୋଟିଏ ଫିଲ୍ମ ପାଇଁ ତିଆରି କରିଥିଲେ। କିନ୍ତୁ କୌଣସି କାରଣରୁ ଫିଲ୍ମଟି ରିଲିଜ୍‌ ହୋଇପାରିନଥିଲା। ଫଳରେ ଗୀତ ମଧ୍ୟ ସାମ୍ନାକୁ ଆସିପାରିନଥିଲା। କିନ୍ତୁ ଆଜି ଲତା ମଙ୍ଗେସକରଙ୍କ ଜନ୍ମ ଦିନରେ ଗୀତଟି ରିଲିଜ୍‌ ହେଉଛି। ଯାହା ତାଙ୍କ ପାଇଁ ପାଲଟିଛି ପରଫେକ୍ଟ ସରପ୍ରାଇଜ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.