ଦିନେ ଥିଲେ ସଲମାନଙ୍କ ହିରୋଇନ, ଆଜି ତିନି ତିନୋଟି ଛୁଆର ମା’! ଜାଣନ୍ତୁ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରମ୍ଭା ଏବେ କେମିତି ଅଛନ୍ତି

ସଲମାନ ଖାନଙ୍କ ଭଳି ସୁପରଷ୍ଟାରଙ୍କ ସହିତ କାମ କରି ସାରିଥିବା ରମ୍ଭା ୯୦ ଦଶକର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ, ଯିଏକି ଅନେକ ସ୍ମରଣୀୟ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ ‘ଜୁଡ୍‌ଓ୍ଵା’କୁ କିପରି ଅବା ଭୁଲି ପାରିବେ, ଯେଉଁଥିରେ ଭାଇଜାନଙ୍କ ସହିତ ତାଙ୍କର କେମିଷ୍ଟ୍ରି ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ରମ୍ଭା ଫିଲ୍ମ ‘ବୁନ୍ଦ’ରେ ମଧ୍ୟ ସଲମାନଙ୍କ ସହିତ ନଜର ଆସିଥିଲେ।

ରମ୍ଭାଙ୍କ ଆକ୍ଟିଂକୁ କରାଯାଇଥିଲା ପ୍ରଶଂସା

ରମ୍ଭା ଫିଲ୍ମ ‘ଜୁଡ୍‌ଓ୍ଵା’ରେ ରୂପାର ଚରିତ୍ର ନିଭାଇଥିଲେ, ଯାହା ଆଜି ମଧ୍ୟ ଲୋକଙ୍କ ମନରେ ତାଜା ରହିଛି। ୪୫ ବର୍ଷୀୟା ରମ୍ଭାଙ୍କ ଆକ୍ଟିଙ୍ଗ୍‌ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏହି କାରଣରୁ ତାଙ୍କୁ ବଲିଉଡ୍‌ ବ୍ୟତୀତ ମାଲାୟାଲମ୍‌, ତେଲୁଗୁ, ତାମିଲ, କନ୍ନଡ଼, ଭୋଜପୁରୀ ଓ ବଙ୍ଗଳା ଭାଷାରେ ତିଆରି ଫିଲ୍ମରେ କାମ କରିବା ପାଇଁ ସୁଯୋଗ ମିଳିଥିଲା। ଯଦିଓ ସେ ବିଗତ କିଛି ବର୍ଷ ହେବ ଲାଇମ୍‌ଲାଇଟଠାରୁ ଦୂରରେ ଅଛନ୍ତି, ତଥାପି ତାଙ୍କ ପ୍ରଶଂସକମାନେ ଏବେ ମଧ୍ୟ ତାଙ୍କୁ ଖୁବ୍‌ ମନେ ପକାଉଛନ୍ତି।

ତେଲୁଗୁ ଫିଲ୍ମରୁ କରିଥିଲେ ଡେବ୍ୟୁ

ବହୁତ କମ୍‌ ଲୋକ ଜାଣିଥିବେ ଯେ ଅଭିନେତ୍ରୀ ରମ୍ଭାଙ୍କ ପ୍ରକୃତ ନାମ ହେଉଛି ବିଜୟଲକ୍ଷ୍ମୀ। ସେ ବଲିଉଡ୍‌ ଭଳି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ବେଶ୍‌ ଲୋକପ୍ରିୟ ଅଭିନେତ୍ରୀ ଥିଲେ। ରମ୍ଭା ୫ ବର୍ଷ ବୟସରୁ ମାଲାୟାଲମ୍‌ ଫିଲ୍ମ ‘ସରଗମ’ରୁ ନିଜର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ତେଲୁଗୁ ଫିଲ୍ମ ‘ଆ ଓକ୍କତି ଅଦକ୍କୁ’ରୁ ଡେବ୍ୟୁ କରିଥିଲେ।

rambha
photo: News18 Hindi

ବିବାହ ପରେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ

ମିଡିଆ ରିପୋର୍ଟସ୍‌ ମୁତାବକ, ରମ୍ଭା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୨୦୧୦ ମସିହା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥିଲେ। ସେ ୨୦୧୦ରେ ହିଁ ବିଜିନେସ୍‌ମ୍ୟାନ ଇନ୍ଦ୍ରକୁମାର ପଥ୍‌ମନାଥନଙ୍କୁ ବିବାହ କରିବା ପରେ କାନାଡାରେ ଯାଇ ରହିଥିଲେ। ରମ୍ଭା ଓ ତାଙ୍କ ସ୍ୱାମୀ ଟୋରଣ୍ଟୋରେ ରହିବାକୁ ଲାଗିଥିଲେ। ବିବାହ ପରେ ଏହି ଅଭିନେତ୍ରୀ ଫିଲ୍ମଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲେ। ବାସ୍ତବରେ, ତାଙ୍କୁ ଫିଲ୍ମଗୁଡ଼ିକରେ ଭଲ ରୋଲ୍‌ ମିଳିବା ବନ୍ଦ ହୋଇ ଯାଇଥିଲା। ସେ ତାମିଲ ଓ ତେଲୁଗୁ ଟିଭିର ଅନେକ ଶୋ’ରେ ଜଜ୍‌ ଭୂମିକା ମଧ୍ୟ ନିଭାଇଛନ୍ତି।

ସୋସିଆଲ ମିଡିଆରେ ଆକ୍ଟିଭ

ରମ୍ଭା ଆଜି ତିନି ତିନୋଟି ଛୁଆର ମା’। ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ। ରମ୍ଭା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହି ଥାଆନ୍ତି ଏବଂ ନିଜ ଜୀବନର ଝଲକ୍‌ ସବୁକୁ ତାଙ୍କ ଫ୍ୟାନ୍‌ମାନଙ୍କ ସହିତ ସେୟାର କରି ଥାଆନ୍ତି। ରମ୍ଭା ନିଜ ପିଲାମାନଙ୍କର ଜନ୍ମଦିନ ଭଳି ଖାସ୍‌ ମଉକାରେ ଇନ୍‌ଷ୍ଟାଗ୍ରାମରେ ଫଟୋ ମଧ୍ୟ ପୋଷ୍ଟ କରି ଥାଆନ୍ତି, ଯାହାକୁ ଫ୍ୟାନମାନେ ବି ଖୁବ୍‌ ପସନ୍ଦ କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.