କ’ଣ ପୁଣି ଥରେ ବିବାହ କରିବେ ହ୍ରିତିକ୍- ସୁଜାନ୍?

ମୁମ୍ବାଇ : ବଲିଉଡ଼ର ଶ୍ରେଷ୍ଠ ଯୋଡ଼ି ମାନଙ୍କ ମଧ୍ୟରେ ଗଣାଯାଉଥିଲେ ଅଭିନେତା ହ୍ରିତିକ୍ ରୋଶନ୍ ଏବଂ ତାଙ୍କ ପତ୍ନୀ ସୁଜାନ। କିନ୍ତୁ ହଠାତ୍ ୨୦୧୪ ମସିହାରେ ଉଦ୍ଭୟଙ୍କ ସଂପର୍କରେ ଆସିଥିଲା ଫାଟ। ଦୁହେଁ ଆଧିକାରୀକ ଭାବେ ନେଇଥିଲେ ଛାଡ଼ପତ୍ର। କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁଙ୍କୁ ଅନେକ ଥର ବୁଲିବା ଏବଂ ଏକାଠି ମିଶିବା ଦେଖିବାକୁ ମିଳିଥିଲା। କାରଣ ଦୁହିଁଙ୍କ ଅନୁଯାୟୀ ସେମାନେ ତାଙ୍କ ସଂପର୍କର ଖରାପ ପ୍ରଭାବ ତାଙ୍କ ଦୁଇ ପୁଅଙ୍କ ଉପରେ ପଡ଼ୁ ବୋଲି ଚାହିଁ ନଥିଲେ।

ଏଥିପାଇଁ ଅଭିନେତା ହ୍ରିତିକ୍ ଏବଂ ସୁଜାନ୍ ନିଜ ପୁଅଙ୍କ ସହ କେବେ ଛୁଟି, ଫିଲ୍କ ଡ଼େଟ ତ କେବେ ଡ଼ିନର ଡ଼େଟ ଆଦିରେ ଏକାସାଥିରେ ଦେଖିବାକୁ ମଳିଛି। ଏବେ ଦୁହିଁଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ହ୍ରିତିକ୍ ଏବଂ ସୁଜାନ ଆଉଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରୁ ଜଣାପଡ଼ିଛି, ନିଜ ଦୁଇ ପୁଅଙ୍କ ଖୁସି ପାଇଁ ପୁଣିଥରେ ବିବାହ କରିବା ପାଇଁ ଯାଉଛନ୍ତି ଅଭିନେତା ହ୍ରିତିକ୍ ଏବଂ ସୁଜାନ୍। ଦୁହିଁଙ୍କ କିଛି ବନ୍ଧୁ ଏହା କହିଥିବା ବେଳେ ଦମ୍ପତିଙ୍କ ପକ୍ଷରୁ ଏହି ସମ୍ବନ୍ଧୀୟ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.