ଦୁବାଇରେ ଟାଓ୍ଵଲ ପିନ୍ଧି ବୁଲିଲେ ହ୍ରିତିକ୍‌ ରୋଶନ, ଚାଲୁ ଚାଲୁ ଅଣ୍ଟାରୁ ଖସିଗଲା, ଫଟୋ ଶେୟାର କରି ଏମିତି କ୍ୟାପସନ ଲେଖିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ବର୍ତ୍ତମାନ ଦୁବାଇରେ ଅଛନ୍ତି। ସେ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଟାେଓ୍ଵଲ୍‌ ପିନ୍ଧିଥିବାର ନଜର ଆସୁଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ହ୍ରିତିକ୍‌ କ୍ୟାପସନ ଲେଖିଛନ୍ତି ଯେ ତାଙ୍କର ଏହି ଷ୍ଟାଇଲ୍‌ ରଣବୀର ସିଂଙ୍କଠାରୁ ପ୍ରେରିତ। ସୂଚନାଥାଉ କି, ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜ ଅନ୍ତରଙ୍ଗ ଷ୍ଟାଇଲ୍‌ ଥିବା ଡ୍ରେସିଙ୍ଗ୍‌ ସେନ୍ସ ପାଇଁ ବେଶ୍‌ ଚର୍ଚ୍ଚିତ।

k2

ତେବେ ଫଟୋରେ ହ୍ରିତିକ୍‌ ଟାେଓ୍ଵଲ ପିନ୍ଧି ଚାଲୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଟାେଓ୍ଵଲ ଲୁଜ୍‌ ଥିବାରୁ ତାହା ଖୋଲିଯାଇଥିଲା। ଅଭିନେତା ଜଣକ ଫଟୋ ଇନ୍‌ଷ୍ଟା ଷ୍ଟୋରୀରେ ଶେୟାର କରି କ୍ୟାପସନ ଲେଖିଥିଲେ, ‘ଟିକେ ଟାଇଟ୍‌ ବାନ୍ଧିବାର ଥିଲା’।

‘ସୁପର ୩୦’ରେ ହ୍ରିତିକ୍‌ଙ୍କ ସହ କାମ କରିସାରିଥିବା ମୃଣାଳ ଠାକୁର ଏହା ଉପରେ କମେଣ୍ଟ କରି ପଚାରିଥିଲେ, ‘କ୍ୟାପସନ ଜବରଦସ୍ତ ଅଛି, କିନ୍ତୁ ଆପଣଙ୍କ ଗୋଡ଼ରେ କ’ଣ ହୋଇଛି’? ପ୍ରକୃତ କଥା, ଫଟୋରେ ହ୍ରିତିକ୍‌ଙ୍କ ଡାହାଣ ଗୋଡ଼ରେ ବ୍ୟାଣ୍ଡେଜ୍‌ ବନ୍ଧା ହୋଇଥିବାର ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.