‘ଘୁଙ୍ଘୁରୁ ତୁଟ୍‌ ଗୈୟ’ ଗୀତରେ ପିପିଇ କିଟ୍‌ ପିନ୍ଧି ଡାକ୍ତର କଲେ ଏପରି ଡ୍ୟାନ୍ସ, ଯାହାକୁ ପ୍ରଶଂସା କରିବାକୁ ପଛାଇଲେ ନାହିଁ ହ୍ରିତିକ

ଆସାମ ସିଲଚରରେ ଜଣେ ଡାକ୍ତର କରୋନା ରୋଗୀଙ୍କ ମୁହଁରେ ହସ ଆଣିବା ପାଇଁ ଏପରି କିଛି କରିଛନ୍ତି, ତାହା ଜାଣିବା ପରେ ଆପଣ ମଧ୍ୟ ପ୍ରଶଂସା କରିବାକୁ ପଛାଇବେ ନାହିଁ। ଡାକ୍ତର ଜଣକ କରୋନା ରୋଗୀଙ୍କ ମୁହଁରେ ହସ ଆଣିବା ପାଇଁ ବଲିଉଡ ଅଭିନେତା ହ୍ରିତିକଙ୍କ ଗୀତ ‘ଘୁଙ୍ଘୁରୁ ତୁଟ୍‌ ଗୈୟ’ ଡ୍ୟାନ୍ସ କରିଥିଲେ। ଏହି ଡ୍ୟାନ୍ସକୁ ଦେଖିବା ପରେ ହ୍ରିତିକ ମଧ୍ୟ ଏହାର ପ୍ରଶଂସା ନ କରି ରହିପାରିନାହାନ୍ତି। ଏହି ଭିଡିଓ ଏବେ ଭାଇରଲ ହୋଇଛି।

ସିଲ୍ଚର ମେଡିକାଲ କଲେଜର ଇଏନ୍ଟି ସର୍ଜନ ଡାକ୍ତର ଅରୂପ ସେନାପତି ପିପିଇ କିଟ୍ ପିନ୍ଧି ହ୍ରିତିକଙ୍କ ଫିଲ୍ମ ‘ୱାର୍’ର ‘ଘୁଙ୍ଘୁରୁ ତୁଟ୍‌ ଗୈୟ’ … ସଙ୍ଗୀତରେ ନୃତ୍ୟ କରୁଥିବାର ଏକ ଭିଡିଓ ତାଙ୍କ ସହକର୍ମୀ ଡାକ୍ତର ସାଏଦ ଫୈଜନ ଅହମଦ୍ ଟ୍ବିଟର୍ରେ ସେୟାର କରିଥିଲେ। ଏହାସହ ଲେଖିଥିଲେ, ମୋ ସହକର୍ମୀ ତଥା କୋଭିଡ୍ ଯୋଦ୍ଧା ଡାକ୍ତର ଅରୂପ ସେନାପତିଙ୍କୁ ଭେଟନ୍ତୁ। କୋଭିଡ୍ ୱାର୍ଡରେ କୋଭିଡ୍ ରୋଗୀଙ୍କ ସାମ୍ନାରେ ସେମାନଙ୍କୁ ଟିକେ ଭଲ ଅନୁଭବ କରାଇବାକୁ ତଥା ସକାରାତ୍ମକ ଭାବନାରେ ଭରିଦେବାକୁ ଡାକ୍ତର ଅରୂପ ଏପରି ନୃତ୍ୟ ପ୍ରଦର୍ଶନ କରିଛନ୍ତି ଅରୂପ।

ଡାକ୍ତରଙ୍କ ଏହି ନୃତ୍ୟ ହ୍ରିତିକ୍ଙ୍କୁ ଖୁବ୍ ପସନ୍ଦ ଆସିଥିବା ବେଳେ ସେ ରିଟ୍ବଟ୍ କରି ଲେଖିଛନ୍ତି, ଅରୂପଙ୍କୁ କୁହନ୍ତୁ କେବେ ଆସାମ ଗଲେ ତାଙ୍କଠାରୁ ମୁଁ ଏହି ନୃତ୍ୟ ଶିଖିବି ଓ ତାଙ୍କ ଭଳି ସୁନ୍ଦର ଭାବେ କରିବାକୁ ଚେଷ୍ଟା କରିବି। ଭିଡିଓଟି ଏବେ ଟ୍ବିଟର୍ରେ ଛାଇଯାଇଥିବା ବେଳେ ରାତି ୮ଟା ସୁଦ୍ଧା ଏହାକୁ ଏହାକୁ ୬୬.୨ ହଜାର ଲାଇକ୍ ମିଳିଛି। ସେହିପରି ୧୫.୨ ହଜାର ଲୋକ ଏହାକୁ ରି-ଟ୍ବିଟ୍ କରିଛନ୍ତି।

Leave A Reply

Your email address will not be published.