Below header

ଯେବେ ଜୟା କହିଲେ “ଶାହାରୁଖ ଖାନଙ୍କୁ ମାରିବି ଚାପୁଡା”

ମୁମ୍ବାଇ : ବଲିଉଡ଼ର ଜଣାଶୁଣା ଅଭିନେତା ଶାହାରୁଖ ଖାନଙ୍କୁ ନେଇ ମିଡିଆରେ ପ୍ରାୟତଃ କିଛି ନା କିଛି ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ତେବେ ଏବେ ପୁଣି ଥରେ ଶାହାରୁଖଙ୍କ ଉପରେ ହାତ ଉଠାଇବା ନେଇ ବିବାଦରେ ଘେରି ହୋଇଛନ୍ତି ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ । ବଚ୍ଚନ ପରିବାରରେ ଜୟା ଏପରି ଜଣେ ବ୍ୟକ୍ତି ଯିଏ ନିଜର ବିଭିନ୍ନ ମନ୍ତବ୍ୟକୁ ନେଇ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ଏବେ ପୂଣି ଜୟା ଶାହାରୁଖଙ୍କୁ ଚାମୁଡ଼ା ମାରିବା ମନ୍ତବ୍ୟ ମିଡିଆରେ ହାଇଚଇ ପକାଇଛିା

jaya srk

ଏବେ ନିକଟରେ ସୋସିଆଲ ମିଡିଆରେ ଜୟାଙ୍କର ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ ହେଉଛିା ଏହି ଭିଡିଓରେ ଜୟା ଶାହାରୁଖ ଖାନଙ୍କୁ ଚାପୁଡ଼ା ମାରିବା କଥା କହୁଥିବା ନଜର ଆସିଛି । ବାସ୍ତବରେ ଏହା ସେତେବେଳର ଭିଡିଓ ଯେତେବେଳେ ଐଶ୍ୱଯ୍ୟର୍ଙ୍କ ବିଷୟରେ କିଛି ଅଶ୍ଳିଳ କଥା କହିଥିଲୋ

ସେହି ସମୟରେ ଏକ ଇଣ୍ଟରଭ୍ୟୁରେ ଜୟାଙ୍କୁ ଶହାରୁଖଙ୍କ ବ୍ୟବହାର ବିଷୟରେ କଣ କହିବାକୁ ଚାହୁଁଛନ୍ତି। ସେହି ସମୟରେ ଜୟା କହିଥିଲେ ମୁଁ ଶାହାରୁଖଙ୍କୁ ଚାପୁଡ଼ା ମାରି ତାଙ୍କୁ ସଦମାର୍ଗ ଦେଖାଇଥାନ୍ତି। ତେବେ ଶାହାରୁଖଙ୍କ ସ୍ଥାନରେ ମୋ ପୁଅ ଥିଲେ ମଧ୍ୟ ଠିକ୍ ମୁଁ ଏହିଭଳି କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.