୧ ଏପ୍ରିଲରୁ ଶସ୍ତା ହେବାକୁ ଯାଉଛି ଜୀବନ ବୀମା, କମ୍ପାନୀ ଆରମ୍ଭ କଲାଣି ପ୍ରସ୍ତୁତି

୧ ଏପ୍ରିଲ ରୁ ଜୀବନ ବୀମା କରିବା ଶସ୍ତା ହେବାକୁ ଯାଉଛି। କାରଣ ଜୀବନ ବୀମା କମ୍ପାନୀ ଏବଂ ଭାରତୀୟ ବୀମା ପ୍ରାଧିକରଣ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି ନୂଆ ପରିବର୍ତ୍ତନ ପାଇଁ ସବୁଠୁ ଅଧିକ ଲାଭ ୨୨ ରୁ ୫୦ ବର୍ଷର ଲୋକଙ୍କୁ ହେବ।

ଏହା ହେବାକୁ ଯାଉଛି ପରିବର୍ତ୍ତନ

କମ୍ପାନୀ ଏହି ନୂଆ ନିୟମ ୧ ଏପ୍ରିଲ ରୁ ଆରମ୍ଭ କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦୬-୦୮ ମସିହାର ଡାଟା ବ୍ୟବହାର ହେଉଥିଲା, ଯାହା ଏବେ ବଦଳି ୨୦୧୨-୧୪ ର ହୋଇଯିବ। ଏହି ସଂଖ୍ୟା ଦ୍ବାରା ଲୋକଙ୍କୁ ପ୍ରତ୍ୟେକ ହଜାର ଜିବିତ ଲୋକ ଏବଂ ମୃତ୍ୟୁର ଖବର ଜଣା ପଡିଥାଏ।

ଏହି ଗ୍ରାହକ ମାନଙ୍କୁ ମିଳିବ ନାହିଁ ଲାଭ

ନୂଆ ନିୟମ ଦ୍ବାରା ଅଧିକ ବୟଷର ଗ୍ରାହକଙ୍କୁ କୌଣସି ଫାଇଦା ମିଳିବ ନାହିଁ। ଏମିତି ଏଥିପାଇଁ କାରଣ ୮୨ ବର୍ଷ ରୁ ନେଇ ୧୦୦ ବର୍ଷ ପର୍ଯ୍ୟନ୍ତ ମୃତ୍ୟୁ ହାର ସବୁଠୁ ଅଧିକ ରହିଛି। ଏହା ଦ୍ବାରା କମ୍ପାନୀଙ୍କୁ ୮୦ ବର୍ଷରୁ ଅଧିକ ବାଲା ଟର୍ମ ବୀମା ଦେବା ଦ୍ବାରା ଅଧିକ ପ୍ରିମିୟମ ଚାର୍ଜ କରାଯିବ। ଏହାଛଡା ୧୪-୪୪ ବର୍ଷର ମହିଳାଙ୍କର ମୃତ୍ୟୁ ହାରରେ ମଧ୍ୟ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହାଦ୍ବାରା ଟର୍ମ ବୀମା କିଣିବା ସହଜ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.