Below header

ଏରୋ ଇଣ୍ଡିଆ ସୋ କାର୍ଯ୍ୟକ୍ରମର ପାର୍କିଂ ପ୍ଲେସରେ ଭୟାବହ ଅଗ୍ନିକାଣ୍ଡ , ୧୦୦ରୁ ଅଧିକ କାର ଜଳି ସଂପୂର୍ଣ୍ଣ ନଷ୍ଟ

ବେଙ୍ଗାଲୁରୁ(କେନ୍ୟୁଜ୍) : ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ସୋ କାର୍ଯ୍ୟକ୍ରମ ବେଳେ ଅଘଟଣ। କାର୍ଯ୍ୟକ୍ରମର ପାର୍କିଂ ପ୍ଲେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଏଥିରେ ୧୦୦ରୁ ଅଧିକ କାର ଜଳି ନଷ୍ଟ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ଉଦ୍ୟମ ଜାରି ରଖିଛନ୍ତି। ପାର୍କିଂ ପ୍ଲେସ ପାଖରେ ଥିବା ଘାସରେ ପ୍ରଥମେ ନିଆଁ ଲାଗିବା ପରେ ଏହା ଧୀରେ ଧୀରେ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ପ୍ରବଳ କଳା ଧୁଆଁ ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ପାର୍କିଂ ପ୍ଲେସ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ରନୱେ। ରନୱେ ଆଡ଼କୁ ଯେପରି ନିଆଁ ବ୍ୟାପୀ ନଯାଏ ସେଥିପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.