Below header

ତୈମୁର ଘରକୁ ଗାର୍ଲଫ୍ରେଣ୍ଡ ନେଇ ଆସିଲେ କ’ଣ କରିବେ କରିନା କପୁର? ଜବରଦସ୍ତ ଉତ୍ତର ଦେଲେ ଏହି ଅଭିନେତ୍ରୀ

କରିନା କପୁର ଖାନ୍‌ ଆଜିକାଲି ଏକ ରେଡିଓ ଶୋ’ରେ ନଜର ଆସୁଛନ୍ତି, ଯେଉଁଥିରେ ସେ ପ୍ରାୟତଃ ସବୁବେଳେ କୌଣସି ନା କୌଣସି ଷ୍ଟାର୍‌ଙ୍କ ସହିତ ଗପସପ କରୁଥିବା ଦେଖାଯାଉଛନ୍ତି। ଏଥର ତାଙ୍କ ସହିତ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ଥିଲେ। ଶୋ’ ଚାଲୁଥିବା ବେଳେ କରିନା ତାପସୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଯଦି ତାଙ୍କ ପୁଅ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ଘରେ ପହଞ୍ଚିବେ ତ ସେ କ’ଣ କରିବେ? ଯଦିଓ ତାପସୀ ଏହି ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରି ନ ଥିଲେ, କିନ୍ତୁ ମା’ କରିନା ଜବରଦସ୍ତ ଉତ୍ତର ଦେଇଥିଲେ।

k8

କରିନା ଓ ତାପସୀ ଏହି ରେଡିଓ ଶୋ’ରେ ମହିଳାଙ୍କ ସୁରକ୍ଷା ଉପରେ କଥା ହେଉଥିଲେ। ଏହାରି ଭିତରେ ମାହୋଲକୁ ହାଲୁକା କରିବା ପାଇଁ ଉଭୟ ମଜାମସ୍ତି ଆରମ୍ଭ କରିଦେଇଥିଲେ।

‘ମୁଁ ପଞ୍ଜାବୀ ମା’

କରିନା ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ତାପସୀ କହିଥିଲେ, ‘ଏବେ ତାଙ୍କୁ ବିବାହ କରିବାକୁ ଅଛି, ଏହାପରେ ପିଲା ହେବେ’। ତାପସୀ ଏଥିରେ ତାଙ୍କୁ ସାହାଯ୍ୟ କରିବା ପାଇଁ କରିନାଙ୍କୁ କହିଥିଲେ। ଏହା ଶୁଣି କରିନା କହିଥିଲେ, ମୁଁ ଜାଣିନାହିଁ, କିନ୍ତୁ ମୁଁ ପଞ୍ଜାବୀ ମା’।

t67

ଘରକୁ ନ ଆସିବା ପାଇଁ କହିଦେବି’

ତାପସୀ ଯେତେବେଳେ କରିନାଙ୍କୁ ପଚାରିଥିଲେ, ସେ ପରଟା ସହିତ ତୈମୁରଙ୍କ ଗାର୍ଲଫ୍ରେଣ୍ଡଙ୍କୁ ସ୍ୱାଗତ କରିବେ କି? ସେହି ସମୟରେ କରିନା କହିଥିଲେ, ଏହା ଅନ୍‌ସେଫ୍‌। ମୁଁ ତାକୁ କେବେ ଘରକୁ ଆସିବା ପାଇଁ କହିବିନି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.