ପିଲାକୁ ମା ସହ ମିଳାଇବା ପାଇଁ ରାତିଅଧରେ ଖୋଲିଲା କୋର୍ଟ, ଆପଣଙ୍କ ଆଖିରେବି ଲୁହ ଆଣିଦେବ ଏହି କାହାଣୀ

ସାଧାରଣତଃ ବଡ଼ ବଡ଼ ଘଟଣାକୁ ନେଇ ନ୍ୟାୟାଳୟ ରାତିରେ ଖୋଲୁଥିବା କଥା ତ ଆପଣ ଦେଖିଥିବେ କିନ୍ତୁ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ପୁଅକୁ ନିଜ ମା ସହିତ ଦେଖା କରାଇବା ପାଇଁ ରାତି ଅଧରେ ନ୍ୟାୟାଳୟ ଖୋଲାଯାଇଛି । ଘଟଣାଟି ଘଟିଛି ସାଗରର ସେଣ୍ଟ୍ରାଲ ଜେଲରେ । ତେବେ ଏଠାରେ ଭୋପାଳର ଏକ ପରିବାର ଜେଲରେ ବନ୍ଦ ଅଛନ୍ତି କିନ୍ତୁ ଜେଲରେ ବନ୍ଦ ଥିବା ମହିଳାଙ୍କର ଚାରି ବର୍ଷୀୟ ପୁଅ ନିଜ ମା’ଙ୍କୁ ଦେଖିବା ପାଇଁ ଜେଲ ପରିସରରେ ବସି କାନ୍ଦିବାକୁ ଲାଗିଥିଲେ ।

Image result for 4 year old child in the night sends him to mom's custody in jail"

ତେବେ ଏ ନେଇ ଜେଲରେ ବନ୍ଦ ଥିବା ମହିଳାଙ୍କ ପରିଜନ ଜେଲ ଅଧିକାରୀଙ୍କୁ ଜଣାଇଥିଲେ କିନ୍ତୁ ଜେଲ ଅଧିକାରୀମାନେ ନିଜର ଦୁର୍ବଳତା ଜଣାଇ କହିଥିଲେ ଯେ ଏହା ସମ୍ଭବ ନୁହେଁ । ଆଉ ତାପରେ ଜେଲର, ଅଧିକ୍ଷକଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ। ଏହି ପରିସ୍ଥିତିରେ ସ୍ପେସିଆଲ ଜଜ ପିଲାର ମା’ ତରଫରୁ ଏକ ଆବେଦନ ପତ୍ର ନ୍ୟାୟାଳୟକୁ ଦେବାପାଇଁ କହିଥିଲେ ।

Image result for 4 year old child in the night sends him to mom's custody in jail"

ରାତି ପ୍ରାୟ ୮.୩୦ ମିନିଟ ସମୟରେ ନ୍ୟାୟାଧିଶ ଆବେଦନ ପତ୍ର ନେଇ ନ୍ୟାୟାଳୟ ପହଂଚିଥିଲେ । ଆଉ ତାପରେ ନ୍ୟାୟାଧୀଶ ପିଲାକୁ ଜେଲରେ ନିଜ ମା ପାଖକୁ ଯିବାପାଇଁ ଅନୁମତି ଦେଇଥିଲେ । ଜେଲ ଅଧିକ୍ଷକ ସୋଲଙ୍କିଙ୍କ କହିବା ଅନୁଯାୟୀ “ମୋର ଜୀବନ କାଳ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ଯେଉଁଠି ରାତି ଅଧରେ କୋର୍ଟ ଖୋଲିବା ପାଇଁ ଆବେଦନ କରାଯାଇଥିଲା । ନ୍ୟାୟାଳୟ ନିଜର ସର୍ବୋଚ୍ଚ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଲେ ଏବଂ ଛୋଟ ଛୁଆଟିକୁ ନିଜ ମା ସହ ମିଶିବା ପାଇଁ ଅନୁମତି ଦେଲେ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.