Below header

ଆସନ୍ତାକାଲି ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଧାର୍ଯ୍ୟ ହୋଇଛି ସମୟ, ଜଲ୍ଲାଦ ପୱନ କୁମାର ତିହାର ଜେଲରେ କଲା ଫାଶୀର ଡମି

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ୪ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତିହାର ଜେଲ୍‌ରେ ପହଞ୍ଚି ସାରିଛି ଜଲ୍ଲାଦ ପୱନ କୁମାର । ଆଜି ଦିଲ୍ଲୀ ତିହାର ତିହାରର ଜେଲ୍‌ ନଂ ୩ରେ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଓ ପଓ୍ଵନ ଗୁପ୍ତାକୁ ଫାଶୀ ଦେବା ନେଇ ଡମି କରାଯାଇଛି । ସମସ୍ତଙ୍କ ବେକର ମାପ ସହ ଉଚ୍ଚତା ଓ ଓଜନ ମପାଯାଇଛି । ମାପ ଅନୁଯାୟୀ ଫାଶୀ ଦଉଡ଼ି ତିଆରି ହେବ । ଫାଶୀ ପାଇବାକୁ ଥିବା ୪ ଜଣ ଦୁଷ୍କର୍ମକାରୀଙ୍କ ଓଜନର ଦେଢ ଗୁଣା ବାଲିବସ୍ତା ଝୁଲା ଯାଇ ଡମି କରାଯାଇଥିଲା । ସଫଳତାର ସହ ଡମି କରାଯାଇଥିବା ତିହାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.