ଶିଶୁପୁତ୍ରକୁ ଜନ୍ମ ଦେଲେ ଇଲିଆନା, ଫ୍ୟାନ୍ସଙ୍କ ସହିତ ସେୟାର କଲେ ନାଁ ଓ ଫଟୋ

ବାହା ନ ହୋଇ ମଧ୍ୟ ମା’ ହେଲେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ । ଇଲିଆନା ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ପିଲାର ଫଟୋ ଏବଂ ନାଁ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି ।

ମା’ ହେଲେ ଇଲିଆନା ଡିକ୍ରୁଜ । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଇଲିଆନା । ଆଉ ଜନ୍ମ ହେବା ପରେ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ପୁଅର ନାଁ ମଧ୍ୟ କ’ଣ ରଖିଛନ୍ତି, ତାହା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ବିନା ବିବାହରେ ମା’ ହୋଇ ଅନେକ ଚର୍ଚ୍ଚା ସାଉଁଟିଥିଲେ ଇଲିଆନା । ଏବେ ପୁଅଜୁ ଜନ୍ମ ଦେବା ପରେ ପ୍ରଥମ ଫଟୋ ଓ ନାଁ ସେୟର କରି ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି । ଇଲିଆନା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ପିଲାର ନାମ କୋଆ ଫିନିକ୍ସ ଡୋଲନ ରଖିଛନ୍ତି । ଇଲିଆନାଙ୍କ ଏହି ପୋଷ୍ଟରେ ସୋସିଆଲ ମିଡିଆରେ ସେଲିବ୍ରିଟି ଠାରୁ ଆରମ୍ଭ କରି ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି ।

ଆଥିଆ ସେଟ୍ଟୀ, ହୁମା କ୍ୟୁରେସୀ, ଡବ୍ଦୁ ରତନାନୀ, ନର୍ଗିସ ଫକରୀ ଏବଂ ସେଫି ଚୌଧୁରୀ ପ୍ରମୁଖ ସେଲିବ୍ରିଟି କମେଣ୍ଟ କରିଛନ୍ତି ।

 

View this post on Instagram

 

A post shared by Ileana D’Cruz (@ileana_official)

ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲରେ ଗର୍ଭବତୀ ଥିବା ଘୋଷଣା କରିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ବମ୍ପ ଫ୍ଲଣ୍ଟ କରିଥିବା ବେଳେ ଫଟୋ ସେୟାର କରିଥିଲେ । ଇଲିଆନା ନିଜ ସ୍ୱାମୀ ଏବଂ ପିଲାକୁ ନେଇ ଏପର୍ଯ୍ୟନ୍ତ ସିକ୍ରେଟ ରଖିଛନ୍ତି ।

ଇଲିଆନା ଗତ ମାସରେ ଏକ ଫଟୋ ସେୟାର କରିଥିଲେ । ଗର୍ଭବତୀ ସହିତ ନିଜ ବଏଫ୍ରେଣ୍ଡ ସହିତ ଡେଟ୍‌ ନାଇଟର ଫଟୋ ସେୟାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.