ଇଲିଆନା ଡି’ କ୍ରୁଜ୍‌ ଦେଖାଇଲେ ନିଜ ଗର୍ଭସ୍ଥ ଶିଶୁର ବାପାର ଫଟୋ, ଇନ୍‌ଷ୍ଟା ଷ୍ଟୋରୀରେ ଦେଲେ ଏଭଳି କ୍ୟାପସନ

ଇଲିଆନା ଡି’କ୍ରୁଜ ବର୍ତ୍ତମାନ ବିଦେଶରେ ରହି ନିଜର ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଲମ୍ବା ଦିନର ପ୍ରତୀକ୍ଷା ପରେ ଇଲିଆନା ଏବେ ତାଙ୍କ ଗର୍ଭସ୍ଥ ଶିଶୁର ବାପାର ଫଟୋ ସେୟାର କରିଛନ୍ତି।

ବିବାହ ନ କରି ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ ବର୍ତ୍ତମାନ ନିଜର ପ୍ରେଗ୍‌ନାନ୍ସିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀ ନିଜର ଏହି ସମୟକୁ ବେଶ୍‌ ଉପଭୋଗ କରି ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି।

ଯଦିଓ ଅଭିନେତ୍ରୀ ତାଙ୍କ ଗର୍ଭସ୍ଥ ଶିଶୁର ବାପା କିଏ, ତାହାର ଖୁଲାସା କରି ନ ଥିଲେ। କିନ୍ତୁ ଏବେ ସେ ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଇଲିଆନା ଡି’କ୍ରୁଜ ବିଦେଶରେ ରହି ନିଜର ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି ଏବଂ ବହୁତ ଜଲ୍‌ଦି ସେ ମା’ ହେବାକୁ ଯାଉଛନ୍ତି। ଏବେ ଲମ୍ବା ଦିନର ପ୍ରତୀକ୍ଷା ପରେ ଇଲିଆନା ତାଙ୍କ ଗର୍ଭସ୍ଥ ଶିଶୁର ବାପାର ଫଟୋ ସେୟାର କରିଛନ୍ତି।

photo
photo: hindi news24

ଇଲିଆନା ଫଟୋ ସେୟାର କରି ଏକ ପ୍ରେମଭରା ମେସେଜ୍‌ ମଧ୍ୟ ଲେଖିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଇଲିଆନା ନିଜ ପ୍ରେମିକ ସହିତ ଡେଟ୍‌ ନାଇଟ୍‌ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ସେ କ୍ୟାପସନ ଲେଖିଛନ୍ତି ଯେ ‘ଡେଟ୍‌ ନାଇଟ୍‌’। କିନ୍ତୁ ଅଭିନେତ୍ରୀ ତାଙ୍କ ପ୍ରେମିକଙ୍କ ନାମ ପ୍ରକାଶ କରିନାହାନ୍ତି।

କହି ରଖୁଛୁ ଯେ ଏହା ପୂର୍ବରୁ ବି ଇଲିଆନା ନିଜ ପ୍ରେମିକ ସହିତ କିଛି ଫଟୋ ସେୟାର କରିଥିଲେ। ହେଲେ ସେତେବେଳେ ସେ ତାଙ୍କ ଚେହେରା ଦେଖାଇ ନ ଥିଲେ, କିନ୍ତୁ ବର୍ତ୍ତମାନ ଏହି ଫଟୋ ସେୟାର କରିବା ପରେ ଫ୍ୟାନ୍‌ମାନେ ବହୁତ ଖୁସି ଅଛନ୍ତି।