ବିଜୟ ମହାନ୍ତି ସ୍ମୃତିରେ ଜରାଶ୍ରମରେ ଖୁସି ବାଣ୍ଟିଲେ କଳାକାର ଓ ପରିବାର ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିକୁ ୧୩ ଦିନ ପୂରିଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ବିଜୟ ମହାନ୍ତିଙ୍କ ଦେହାନ୍ତକୁ । ଜଣେ ନିଖୁଣ ଓଡ଼ିଆ କଳାକାର ଭାବେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିଥିବା ଏହି ବରିଷ୍ଠ ଅଭିନେତାଙ୍କ ସ୍ମୃତିରେ ଆଜି ତାଙ୍କ ପରିବାର ଏବଂ ସିନେ ଆର୍ଟିଷ୍ଟ ସଂଗଠନ ତରଫରୁ ଏକ ସ୍ମୃତିସଭା ସହିତ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଛି ।

BIJAY-2

ଭୁବନେଶ୍ୱର ଗଙ୍ଗନଗର ସ୍ଥିତ ଏକ ଜରାଶ୍ରମକୁ ଯାଇ ବିଜୟ ମହାନ୍ତିଙ୍କ ଝିଅ ଏବଂ ଅନ୍ୟ କଳାକାରମାନେ ଅନ୍ତେବାସୀଙ୍କ ସହ ବେଶ୍ କିଛି ସମୟ କଟାଇଥିଲେ । ସେମାନଙ୍କୁ ସେଠାରେ ଖାଦ୍ୟ ଖୁଆଇଥିଲେ। ବିଜୟ ଓ ତନ୍ଦ୍ରାଙ୍କ ଝିଅ ଯସ୍ମିନ୍ ମହାନ୍ତି, ଅଭିନେତା ଶ୍ରୀତମ ଦାସ, ସୁରେଶ ମିଶ୍ର, ବିଦୁସ୍ମିତା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

BIJAY-4ଯସ୍ମିନ୍ କହିଥିଲେ ଯେ ବାପାଙ୍କର କିଛି ସ୍ୱପ୍ନ ଅଧୁରା ରହି ଯାଇଛି । ତାଙ୍କ ଆତ୍ମାର ଶାନ୍ତି ପାଇଁ ସେସବୁକୁ ପୂରଣ କରିବା ଲାଗି ସେ ଚେଷ୍ଟା କରିବେ । ତେବେ ତାଙ୍କ ନିଜ ପରିବାର ଭଳି ଓଡ଼ିଆ ସିନେ ଜଗତର କଳାକାରମାନେ ମଧ୍ୟ ତାଙ୍କ ବାପାଙ୍କର ଏକ ପରିବାର ବୋଲି ସେ କହିଛନ୍ତି । ବାପାଙ୍କ ଅସୁସ୍ଥତା ସମୟରେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗକୁ ସେ ମନେ ପକାଇ କୃତଜ୍ଞତା ଜଣାଇଥିଲେ । ଆହୁରି ମଧ୍ୟ ବାପା ତାଙ୍କର ଆଦର୍ଶ, ତାଙ୍କର ହିରୋ ଏବଂ ତାଙ୍କ ପାଇଁ ଠାକୁର ଥିଲେ ବୋଲି କହିଛନ୍ତି ଯସ୍ମିନ୍ ।

BIJAY-5BIJAY-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.