କ୍ୱାରେଣ୍ଟିନ୍‌ ସମୟ ଏମିତି ବିତାଉଛନ୍ତି କରୋନା ପଜିଟିଭ ଆଲିଆ ଭଟ୍ଟ, ଶେୟାର କଲେ ଫଟୋ

କରୋନା ପଜିଟିଭ ବାହାରିବା ପରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହୋମ୍‌ କ୍ୱାରେଣ୍ଟିନ୍‌ରେ ଅଛନ୍ତି। କରୋନା ସହ ଲଢ଼ିବାରେ ସେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରୁଛନ୍ତି। ତେବେ ଏହାରି ଭିତରେ ସେ ନିଜ ଫ୍ୟାନ୍‌ମାନଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେଉଛି। ଆଲିଆ ଦୁଇଟି ସେଲ୍ଫି ପୋଷ୍ଟ କରିଛନ୍ତି।

ଫଟୋରେ ଆଲିଆ ନୋ-ମେକ୍‌ଅପ ଲୁକ୍‌ ଫ୍ଲଣ୍ଟ୍‌ କରୁଛନ୍ତି। ବେଡ୍‌ ଉପରେ ଆରାମ କରୁଥିବାର ଦେଖିବାକୁ ମିଳୁଛନ୍ତି। ଆଲିଆ ହ୍ଵାଇଟ୍‌ ସ୍ଲିଭ୍‌ଲେସ୍‌ ଟପ୍‌ ପିନ୍ଧିଥିବା ବେଳେ ସେ ସନକିସ୍‌ଡ ସେଲ୍ଫିରେ ନଜର ଆସୁଛନ୍ତି। ଏଥିସହିତ ତାଙ୍କର ମେସୀ ହେୟାର ସୁନ୍ଦରତାକୁ ଆହୁରି ବଢ଼ାଉଛି। ଫଟୋ ଶେୟାର କରି ସେ କ୍ୟାପସନ ବି ଅଲଗା ଲେଖିଛନ୍ତି। ସେ ଲେଖିଛନ୍ତି, ‘ଡ୍ରିମର କେବେ ବି ଉଠେ ନାହିଁ’।

ଆଲିଆ ଭଟ୍ଟଙ୍କ ପାଇପଲାଇନ୍‌ରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ଏବେ ତାଙ୍କ ଫିଲ୍ମ ‘ଗଙ୍ଗବାଇ କାଠିଆଓ୍ଵାଡି’ର ଟ୍ରେଲର ରିଲିଜ୍‌ ହୋଇଥିଲା। ଏହାଛଡ଼ା ଆଲିଆ ଏସ୍‌ଏସ୍‌ ରାଜାମୋଲୀଙ୍କ RRR ଏବଂ ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ।

 

View this post on Instagram

 

A post shared by Alia Bhatt ☀️ (@aliaabhatt)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.