ବଲିଉଡ ଷ୍ଟାର ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ାଉ ନୁହେଁ “ସର୍ଭେ”

ମୁମ୍ବାଇ(କେ ନ୍ୟୁଜ): ବଲିଉଡ୍ ଷ୍ଟାର ସୋନୁ ସୁଦଙ୍କର ମୁମ୍ବାଇ ସ୍ଥିତ ବାସଭବନ ଓ ଅଫିସରେ ଇନକମ ଟ୍ୟାକ୍ସ ଡ଼ିପାର୍ଟମେଣ୍ଟ ପକ୍ଷରୁ ସର୍ଭେ ହୋଇଛି । ସୂଚନା ଅନୁଯାୟୀ ଆୟକର ବିଭାଗ ସୋନୁଙ୍କ ଘରେ ସର୍ଭେ ହୋଇଥିବା ବେଳେ ଘରର କୌଣସି ଜିନିଷକୁ ଜବତ କରାଯାଇନାହିଁ ।

କହିରଖିବା ଉଚିତ ହେବକି ବୁଧବାର ସକାଳ ସମୟରେ ସୋନୁଙ୍କ ଘରେ ପହଞ୍ଚିଥିଲା ଆୟକର ବିଭାଗ । ସକାଳୁ ହିଁ ଆୟକର ବିଭାଗର ଏକ ଟିମ୍ ତାଙ୍କ ଘରେ ସର୍ଭେ ଜାରି ରଖିଥିଲା । ବିଭାଗ ଏଯାଏ କିଛି ବି ଜବତ କରିନାହିଁ । ସୋନୁ ସୁଦଙ୍କ ବାସଭବନ ସମେତ ମୋଟ ୭ଟି ସ୍ଥାନରେ ସର୍ଭେ କରାଯାଇଥିବା ଜଣାଯାଇଛି ।

ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦ୍ୱାରା ସୋନୁ ସୁଦଙ୍କୁ ସ୍କୁଲ୍ ଷ୍ଟୁଡେଣ୍ଟସର ମେଣ୍ଟରଶିପ୍ ପ୍ରୋଗ୍ରାମର ବ୍ରାଣ୍ଡ ଆମ୍ବାସାଡର୍ କରାଯାଇଥିଲା । ଯାହାର କିଛି ଦିନ ପରେ ହିଁ ଆୟକର ବିଭାଗର ଏହି ‘ସର୍ଭେ’ କରିଛି । ବ୍ରାଣ୍ଡ ଆମ୍ବାସାଡର୍ ଭାବରେ ଚୟନ ହେବା ପରେ ସୋଦୁ ସୁଦ୍ ଖୁବ ଶୀଘ୍ର ସକ୍ରିୟ ରାଜନୀତିରେ ପାଦ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଖୋଦ୍ ସୋନୁ ସୁଦ୍ ଏହାକୁ ଖଣ୍ଡନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.