ସ୍ପେସିଆଲ ଟେନ : କେବଳ ଏହି ୧୦ ଜଣ ଧନୀଙ୍କ ପାଖରେ ରହିଛି ଦେଶର ଅଧା ସମ୍ପତ୍ତି, ଜାଣନ୍ତୁ ଏମାନେ କିଏ?

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ୧୦% ଶୀର୍ଷ ଧନୀଙ୍କ ପାଖରେ ୫୦% ସ୍ଥାବର ଓ ଆର୍ଥିକ ସମ୍ପତ୍ତି। ତଳସ୍ତରରେ ଥିବା ୫୦%ଙ୍କ ପାଖରେ ମାତ୍ର ୧୦%ରୁ କମ୍‌ ସମ୍ପତ୍ତି। NSS ଦ୍ୱାରା କରାଯାଇଥିବା ଦ ଅଲ୍‌ ଇଣ୍ଡିଆ ଡେବ୍‌ଟ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ ସର୍ଭେ ୨୦୧୯ରୁ ଏହି ତଥ୍ୟ ମିଳିଛି। ସର୍ଭେ ଜାନୁଆରୀରୁ ଡିସେମ୍ବର ୨୦୧୯ ମଧ୍ୟରେ କରାଯାଇଥିଲା। ୧୦ ପ୍ରତିଶତ ଶୀର୍ଷ ଧନୀ ସହରାଞ୍ଚଳର ୫୫.୭ ପ୍ରତିଶତ ଓ ଗ୍ରାମାଞ୍ଚଳର ୫୦.୮ ପ୍ରତିଶତ ସମ୍ପତ୍ତିର ମାଲିକ। ଏମାନଙ୍କ ଜମି, କୋଠା, ପଶୁ ସଂପଦ, ଗାଡ଼ି, କମ୍ପାନୀ ସେୟାର, ବ୍ୟାଙ୍କ ଡିପୋଜିଟ୍‌, ପୋଷ୍ଟ ଅଫିସ ଡିପୋଜିଟ୍‌ ଆଦିକୁ ମୂଲ୍ୟାୟନ କରାଯାଇଛି ।

ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ମୋଟ ସଂପତ୍ତିର ମୂଲ୍ୟ ୨୭୪. ୬ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ଏଥିରୁ ୧୩୯.୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତିର ମାଲିକ ୧୦ ପ୍ରତିଶତ ଶୀର୍ଷ ଧନୀ । ତଳ ସ୍ତରରେ ରହୁଥିବା ୫୦ ପ୍ରତିଶତ ଲୋକଙ୍କ ସଂପତ୍ତି ୧୦.୨ ପ୍ରତିଶତ । ଯାହା ସହରାଞ୍ଜଳରେ ୬.୨ ପ୍ରତିଶତ । ଭିନ୍ନ ଭିନ୍ନ ରାଜ୍ୟରେ ଧନୀ ଗରିବଙ୍କ ତାରତମ୍ୟ ମଧ୍ୟ ଅଲଗା ରହିଛି । ଦିଲ୍ଲୀର ୧୦ ପ୍ରତିଶତ ଶୀର୍ଷ ଧନୀ ୮୦.୮ ପ୍ରତିଶତ ସମ୍ପତ୍ତିର ମାଲିକ ହୋଇଥିବା ବେଳେ ତଳସ୍ତରରେ ରହୁଥିବା ୫୦ ପ୍ରତିଶତ ଲୋକଙ୍କ ସଂପତ୍ତି ମାତ୍ର ୨.୧ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.