ଇଣ୍ଡିଆନ୍‌ ଆଇଡଲର ଏହି ପ୍ରତିଯୋଗୀଙ୍କୁ ପିଲାବେଳେ ତାଙ୍କ ମା ଦେଇଥିଲେ ବଡ ଧୋକା, କାନ୍ଦି କାନ୍ଦି କହିଲେ ମୁଁ ଏବେ ନଥାନ୍ତି ଯଦି…

ସିଂଗିଙ୍ଗ୍‌ ରିୟାଲିଟୀ ଶୋ ଇଣ୍ଡିଆନ୍‌ ଆଇଡଲର କ୍ରେଜ୍‌ ଏବେ ସମସ୍ତଙ୍କ ମୁହଁରେ। ଏହାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ବର୍ତ୍ତମାନ୍‌ ସବୁଠୁ ଅଧିକ ପପୁଲାର ରିୟାଲିଟୀ ଶୋ ନାଁ ଯଦି କହିବା ତାହେଲେ ତାହେଲେ ତାହା ହେଉଛି ଇଣ୍ଡିଆନ୍‌ ଆଇଡଲ ସିଜନ୍‌ ୧୩। ଅଡିସନ୍‌ ରାଉଣ୍ଡ ଠାରୁ ନେଇ କଣ୍ଟେଷ୍ଟେଟଣ୍ଟସଙ୍କ ଗାୟିକା ପର୍ଯ୍ୟନ୍ତ ସବୁକିଛିର ଭିଡିଓଜ୍‌ ବହୁତ ଭାଇରାଲ ହେବାରେ ଲାଗିଛି। ଏବେ ଇଣ୍ଡିଆନ୍‌ ଆଇଡଲ ସିଜନ ୧୩ର ଜଣେ ପ୍ରତିଯୋଗୀଙ୍କୁ ନେଇ ବହୁତ ଚର୍ଚ୍ଚା ଚାଲୁଛି। ସେ ହେଉଛନ୍ତି ଅଯୋଧ୍ୟାର ଋଷି ସିଂହ। ରିଷି ସିଂହଙ୍କୁ ଅଡିସନ୍‌ ସମୟରୁ ହିଁ ବହୁତ ପସନ୍ଦ କରାଯାଉଛି। ଏବଂ କୁହାଯାଉଛି ଯେ ସେ ପ୍ଲେବ୍ୟାକ୍‌ ସିଗିଙ୍ଗ ପାଇଁ ଏକଦମ୍‌ ପ୍ରସ୍ତୁତ।

ତେବେ ନିକଟରେ ଆସିଥିବା ଏକ ଏପିସୋଡରେ ରିଷି ସିଂହ ଏହା ଖୁଲାସା କରିଛନ୍ତି ଯେ ତାଙ୍କ ସହିତ ପିଲାବେଳେ ତାଙ୍କ ମା ବହୁତ ବଡ ଧୋକା ଦେଇଥିଲେ। ଆଉ ଏଥିପାଇଁ ସେ ମାନସିକ ଦୁଃଶ୍ଚିନ୍ତାରେ ଥିଲେ। ସେ ସମସ୍ତଙ୍କ ସାମ୍ନାରେ ଷ୍ଟେଜରେ କାନ୍ଦି କାନ୍ଦି କହିଲେ ଯେ ‘ମୁଁ ମରିଯାଇଥାନ୍ତି ହୁଏତ’ ଏତିକି କହି ସେ ବହୁତ ଜୋରରେ କାନ୍ଦି ପକାଇଲେ।

RISHII SHINGଇଣ୍ଡିଆନ୍‌ ଆଇଡଲ ୧୩ର ପ୍ରତିଯୋଗୀ ରିଷି ସିଂହ ନିକଟରେ ଏହା ଜାଣିବାକୁ ପାଇଲେ ଯେ ଯାହାକୁ ସେ ଏତେ ବର୍ଷ ଧରି ନିଜର ବାପା ମାଆ ମାନି ଆସୁଥିଲେ, ସେ ବାସ୍ତବରେ ତାଙ୍କର ଅସଲି ବାପା ମାଆ ନଥିଲେ। ସେ କିଛି ଦିନ ତଳେ ଜାଣିବାକୁ ପାଇଲେ ଯେ ସେ ତାଙ୍କ ବାପା ମାଆଙ୍କର ପୋଷ୍ୟ ସନ୍ତାନ। ସେମାନେ ତାଙ୍କର ଅସଲି ବାପା ମାଆ ନୁହେଁ। ଯେତେବେଳେ ରିଷି ଗୋଲଡେନ୍‌ ମାଇକ୍‌ ନେଇ ଘରକୁ ଗଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କର ଅସଲୀ ପେରେଣ୍ଟସ ଆଉ କିଏ ଏବଂ ତାଙ୍କ ଅସଲୀ ମା ତାଙ୍କୁ ପିଲାବେଳୁ ହିଁ ଛାଡିକି ପଳାଇ ଯାଇଥିଲେ।

ଏହି କଥାକୁ ସମସ୍ତଙ୍କ ସହିତ ସେୟାର କରି ରିଷି ସିଂହ କାନ୍ଦି ପକାଇଲେ। ସେ ନିଜ ବାପା ମାଆଙ୍କୁ ଧନ୍ୟବାଦ ଜଣାଇଲେ ଯେ ରିଷିଙ୍କୁ ନିଜ ପୁଅ ଭାବି ସେ ଏତେ ବର୍ଷ ଦରି ପାଳି ଲାଳନ ପାଳନ କରିଛନ୍ତି। ଏହାସହିତ ହିଁ ରିଷି ନିଜର ମମି ପାପାଙ୍କୁ ଏବେ ପର୍ଯ୍ୟନ୍ତର ସବୁ ଭୁଲ ପାଇଁ କ୍ଷମା ବି ମାଗିଲେ ଏବଂ ଏହା କହିଲେ ଯେ ତାଙ୍କ ପାଇଁ ସେମାନେ ହେଉଛନ୍ତି ଭଗବାନ। ରିଷି କହିଲେ, ‘ଏତେ ବେଳକୁ ହୁଏତ କେଉଁଠି ପଡି ସଢ଼ିଥାନ୍ତି, ମରିସାରନ୍ତିଣି ଯଦି ଏମାନେ ନଥାନ୍ତେ। ରିଷି ଏହା କହି କାନ୍ଦି ପକାଇଲେ ଏହାପରେ ତାଙ୍କ ବାପା ଆସି ତାଙ୍କୁ ଚୁପ୍‌ କରାଇଲେ।

ତେବେ ସୋସିଆଲ ମିଡିଆରେ ବେଶ୍‌ ପପୁଲାର ଥିବା ରିଷିଙ୍କର ଏହି କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ତାଙ୍କର ସୁନ୍ଦର ଗାୟିକା ପାଇଁ ମଧ୍ୟ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.