କାଷ୍ଟିଂ କାଉଚକୁ ନେଇ ଈଶା କୋପିକରଙ୍କ ବଡ଼ ଖୁଲାସା; କହିଲେ ମାଧୁରୀ, ଅନୁଷ୍କା, ଦୀପିକାଙ୍କ ସଫଳତାର ରାଜ୍

ପ୍ରତ୍ୟେକ ବିଷୟକୁ ନେଇ ନିଜ ମନ୍ତବ୍ୟ ରଖୁଥିବା ଅଭିନେତ୍ରୀ ଈଶା କୋପିକର୍ ଏବେ ବଲିଉଡରେ ଚାଲିଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ଈଶା କହିଛନ୍ତି ପରିବାରବାଦ, ପକ୍ଷପାତିତା ଓ ସମୂହବାଦ ଭଳି ପ୍ରଥା କେବଳ ବଲିଉଡରେ ନୁହେଁ ସବୁ କ୍ଷେତ୍ରରେ ରହିଛି। ଏଥିସହ ସେ ମାଧୁରୀ ଦୀକ୍ଷିତ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଅନୁଷ୍କା ଶର୍ମାଙ୍କ ଭଳି ଅଭିନେତ୍ରୀଙ୍କ ନାଁ ନେଇ ସେମାନେ ଇଣ୍ଡଷ୍ଟ୍ରୀରେ କେମିତି ପରିଚୟ ସୃଷ୍ଟି କରିଛନ୍ତି ସେ ନେଇ କହିଛନ୍ତି।

ସେ କହିଛନ୍ତି ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜ ଟ୍ୟାଲେଣ୍ଟ ଯୋଗୁ ଏହି ସ୍ଥାନରେ ପହଞ୍ଚିଛନ୍ତି। ମାଧୁରୀ ଦୀକ୍ଷିତ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଓ ଅନୁଷ୍କା ଶର୍ମାଙ୍କ ଭଳି ଅଭିନେତ୍ରୀ ବିନା କାହା ସାହାଯ୍ୟରେ ସଫଳତା ପାଇଛନ୍ତି। ଅନ୍ୟପଟେ କିଛି ଷ୍ଟାରକିଡ ସମସ୍ତଙ୍କ ସାହାଯ୍ୟ ଥାଇ ବି ଆଜି ଫ୍ଲପ ହୋଇଛନ୍ତି। ଏଣୁ ଇଣ୍ଡଷ୍ଟ୍ରୀରେ ପରିବାରବାଦ ଚାଲିଛି କହିବା ଭୁଲ ହେବ।

ସେହିପରି କାଷ୍ଟିଂ କାଉଚ୍ ବିଷୟରେ ମଧ୍ୟ ଈଶା କହିଛନ୍ତି। ସେ କହିଛନ୍ତି ଇଣ୍ଡଷ୍ଟ୍ରୀରେ ଏମିତି ଅନେକ ହିରୋଇନ ଅଛନ୍ତି ଯେଉଁମାନେ କାଷ୍ଟିଂ କାଉଚର ସାହାରା ଆଜି କାମ କରୁଛନ୍ତି। ସେହିପରି ଆଉ କିଛି ନିଜ ଦମରେ କାମ କରୁଛନ୍ତି। ଏଣୁ ଏହା ନିଜ ଉପରେ ନିର୍ଭର କରେ ଆପଣ କେମିତି କାମ କରିବାକୁ ଚାହୁଁଛନ୍ତି। ମୁଁ ରାତିରେ ଶାନ୍ତିରେ ଶୋଇବାକୁ ପସନ୍ଦ କରେ ବୋଲି ଈଶା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.