ତକିଆ ଧରି ଏୟାରପୋର୍ଟରେ ପହଞ୍ଚିଲେ ଜାନଭୀ କପୁର, ଭାଇରାଲ୍ ହେଉଛି ଭିଡିଓ

ଇଣ୍ଟରନେଟରେ ଅଭିନେତ୍ରୀ ଜାନଭୀ କପୁରଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସଭିଏଁ ଚକିତ ହୋଇଯାଇଛନ୍ତି । ଜାନଭୀ ବିମାନ ବନ୍ଦରରେ ଏକ ତକିଆ ଧରି ଥିବାର ନଜର ଆସିଛନ୍ତି ।

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁରଙ୍କ ମନ ଏବେ ଆକାଶରେ ଉଡୁଛି, କାରଣ ଟଲିଉଡର ଡେବ୍ୟୁ କରିବା ସହିତ ଦେବେରାରେ ଜୁନିୟର NTRଙ୍କ ସହିତ କାମ କରିବାର ଇଚ୍ଛା ତାଙ୍କର ପୂରଣ ହୋଇଛି । ଜାନଭୀ କପୁର ମିଲିରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ପରେ ଏବେ ଏହି ଫିଲ୍ମକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଆଶା ଆହୁରୀ ଅଧିକ ବଢିଯାଇଛି ।

ଜାନଭୀ ନିଜ ଫିଟନେସ୍ କୁ ନେଇ ବେଶ୍ ଜଣାଶୁଣା ଏବଂ ସେ ଅନ୍ୟମାନଙ୍କୁ ପ୍ରେରଣା ଦେବାଭଳି ନିଜ ବ୍ୟାୟାମ ଭିଡିଓ ସେୟାର କରିଥାନ୍ତି। ତେବେ ତାଙ୍କ ପ୍ରଶଂସକ ମାନେ ସବୁବେଳେ ତାଙ୍କ ଲୁକ୍ ରେ ପାଗଳ ହୋଇଥାନ୍ତି । ସେ ସାଢୀ ହେଉ କିମ୍ବା କୌଣସି ବୋଲ୍ଡ ପୋଷାକ ହେଉ ସବୁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଇଥାନ୍ତି । ତେବେ ଇଣ୍ଟରନେଟରେ ଏହି ଅଭିନେତ୍ରୀଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ସଭିଏଁ ଚକିତ ହୋଇଯାଇଛନ୍ତି । ଜାନଭୀ ବିମାନ ବନ୍ଦରରେ ଏକ ତକିଆ ଧରି ଥିବାର ନଜର ଆସିଛନ୍ତି ।

ଭାଇରାଲ ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର ହେବା ପରେ ଏହାକୁ ଦେଖି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ଜାନଭୀ କାରରୁ ଓହ୍ଲାଇବା ପରେ ଜଣେ ବ୍ୟକ୍ତିଙ୍କଠାରୁ ତକିଆ ନେଇଥିଲେ । ସେ ଗୋଟିଏ ହାତରେ ତକିଆ ଧରିଥିବା ବେଳେ ସେ ତାଙ୍କର ଆଉ ଏକ ହାତରେ ହ୍ୟାଣ୍ଡବ୍ୟାଗ ଏବଂ ଷ୍ଟଲ୍ ଧରିଥିଲେ ।

 

View this post on Instagram

 

A post shared by Viral Bhayani (@viralbhayani)

ଅଭିନେତ୍ରୀଙ୍କୁ ଦେଖି ସଙ୍ଗେ ସଙ୍ଗେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଘେରି ଯାଇଥିଲେ ଏବଂ ଚାଲିବା ସମୟରେ ତାଙ୍କୁ ଟିକେ ଧିରେ ଚାଲିବାକୁ ଅନୁରୋଧ କରିଥିଲେ । ପରେ, ଜାନଭୀ ତକିଆକୁ ତାଙ୍କ ବାହୁ ତଳେ ରଖିଥିଲେ । ଏବଂ କିଛି ସମୟ ପରେ ଉକ୍ତ ତକିଆଟିକୁ କେହି ଜଣେ ଆସି ଧରିଦେବା ପରେ ସେ କ୍ୟାମେରା ସମ୍ମୁଖରେ ଅଳ୍ପ ସମୟ ପାଇଁ ପୋଜ୍ ଦେଇଥିଲେ ସେଠାରୁ ବିମାନ ବନ୍ଦର ଭିତରକୁ ଚାଲିଯାଇଥିଲେ ।

ତେବେ ଜାନଭୀ ବିମାନବନ୍ଦରକୁ ତକିଆ ନେଇ ଯିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ଲୋକେ ଅଭିନେତ୍ରୀଙ୍କୁ ହୋଟେଲରୁ ତକିଆ ଚୋରି କରି ଆଣିଥିବା ନେଇ ଅଭିଯୋଗ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, “ହୋଟେଲ ରୁ ତକିଆ ଚୋରି କରି ନେଇ ଆସିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, “ତକିଆ ଚୋରି କରିଉ କି ହୋଟେଲରୁ? ସେହିଭଳି ଜଣେ ତୃତୀୟ ଉପଭୋକ୍ତା ଲେଖିଛନ୍ତି, “ତକିଆ ବି ଚୋରି କରିଦେଲ ହୋଟେଲ ରୁ । ଏଭଳି ବିଭିନ୍ନ ଢଙ୍ଗରେ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ନିଜ ନିଜର ପ୍ରତିକ୍ରିୟା ଦେବାରେ ଲାଗିପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.