Below header

୬ ବର୍ଷ ପରେ ଟିଭି ପରଦାକୁ ଫେରୁଛି ‘ଝଲକ ଦିଖଲାଜା’ ଶୋ, ଜଜ୍‌ ଭାବେ ନଜର ଆସିବେ ଶାହରୁଖ ଓ କାଜୋଲ

କଲର୍ସ ଟିଭି ରିଆଲିଟି ଶୋ ‘ଝଲକ ଦିଖଲାଜା’ ସିଜିନ ୧୦ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଇଛି। ୨୦୧୬ରେ ଏହି ଶୋ ଅଫ୍‌ ଏୟାର ହୋଇଯାଇଥିଲା। ଦର୍ଶକେ ଏହି ରିଆଲିଟି ଶୋକୁ ଅନେକ ଦିନରୁ ଚାହିଁବସିଥିଲେ। ଆଉ ଏବେ ସେମାନଙ୍କ ଆଶା ପୂରଣ ହେବାକୁ ଯାଉଛି। ନୂଆ କନସେପ୍ଟ ଏବଂ ପ୍ରତିଯୋଗୀଙ୍କୁ ନେଇ ପୁଣିଥରେ ପରଦାକୁ ଫେରିବାକୁ ଯାଉଛି ଏହି ଡ୍ୟାନ୍ସ ରିଆଲିଟି ଶୋ। ଶୋରେ ଆସିବାକୁ ଥିବା ପ୍ରତିଯୋଗୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଯାହା ଫ୍ୟାନ୍ସଙ୍କ ଉତ୍ସୁକତା ବଢାଇଛି।

ଶୁଣିବାକୁ ମିଳୁଛି, ଏହି ସିଜିନରେ ଏରିକା ଫର୍ଣ୍ଣାଣ୍ଡିଜ୍‌, ଅଦା ଖାନ, ଦିବ୍ୟା ଅଗ୍ରଓ୍ଵାଲ, ନିକ୍କି ତାମ୍ବୋଲି ପ୍ରମୁଖ ନଜର ଆସିବେ। ଏହା ବ୍ୟତୀତ ଏହି ଶୋ’ ର ଜଜଙ୍କୁ ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି। କୁହାଯାଉଛି, ଏହାର ଜଜ୍ ହେବାକୁ ଶାହରୁଖ ଖାନ୍ ଏବଂ କାଜୋଲଙ୍କୁ ଅପ୍ରୋଚ୍ କରାଯାଇଛି। କିନ୍ତୁ ଚ୍ୟାନେଲ୍ ପକ୍ଷରୁ ଏହା ବିଷୟରେ କିଛି ସ୍ପଷ୍ଟୋକ୍ତି ହୋଇନାହିଁ।

erica
Photo credit: TOI

ସୂଚନାଯୋଗ୍ୟ, ଝଲକ ଦିଖଲାଜାର ୯ମ ସିଜିନର ବିଜେତା ଟେରିଆ ମଗର ଥିଲେ। ଯିଏ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଶୋ ଜରିଆରେ ଅନେକ ଲୋକପ୍ରିୟତା ହାସଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.